ଦେଶ ବିଦେଶ

ଶମ୍ଭୁ ସୀମାରେ ଆନ୍ଦୋଳନ ଭିତରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ, ପ୍ରବଳ ଥଣ୍ଡା ଅନୁଭବ ହେବା ପରେ ଆସିଲା ହୃଦଘାତ

ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଜଣେ ବୃଦ୍ଧ ଚାଷୀ ପ୍ରାଣ ହରାଇଛନ୍ତି । ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି । ମୃତ ଚାଷୀ ହେଲେ, ୭୮ ବର୍ଷୀୟ ଜ୍ଞାନ ସିଂ । ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ । ସୂଚନା ରହିଛି, ଜ୍ଞାନ ସିଂ ରାତିରେ ପ୍ରବଳ ଥଣ୍ଡା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ହୃଦଘାତ ଆସିଥିଲା ।

ରିପୋର୍ଟ ମୁତାବକ, ଜ୍ଞାନ ସିଂଙ୍କୁ ଭୋର୍‌ ୪ଟାରେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା, ସେଠାରୁ ତାଙ୍କୁ ପଟିଆଲା ସରକାରୀ ରାଜିନ୍ଦ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜରୁରୀକାଳୀନ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । ଦେଢ଼ ଘଣ୍ଟା ଧରି ଚିକିତ୍ସା ପରେ ସକାଳ ୬ଟାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଏହା ହେଉଛି ପ୍ରଥମ ଚାଷୀ ମୃତ୍ୟୁ । ପଟିଆଲା ଡେପୁଟି କମିଶନର ଶୌକତ ଅହମ୍ମଦ ମଧ୍ୟ ଏହି ଚାଷୀ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଡାକ୍ତରୀ ରେକର୍ଡ ଅନୁସାରେ, ହୃଦଘାତରେ ଚାଷୀଙ୍କ ମୃତ୍ୟୁ ହୋଇଛି । ଜ୍ଞାନ ସିଂ କିସାନ ମଜଦୁର ମୋର୍ଚ୍ଚାର ଏକ ସଙ୍ଗଠନ କିସାନ ମଜଦୁର ସଂଘର୍ଷ ସମିତିର ସଦସ୍ୟ ଥିଲେ ।

ରିପୋର୍ଟରୁ ଜଣାପଡ଼ିଛି, ଜ୍ଞାନ ସିଂ ଅନ୍ୟ ପାଞ୍ଚ ଜଣ ଚାଷୀଙ୍କ ସହ ଟ୍ରଲିରେ ଶୋଇଥିଲେ । ଏହି ଲୋକମାନେ ଶମ୍ଭୁ ସୀମା ନିକଟରେ ଯେଉଁଠି ବିରୋଧ ଚାଲିଛି, ସେଠାରେ ଉପସ୍ଥିତ ଥିଲେ ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago