କର୍ଣ୍ଣାଟକ ନାଟକରେ କଣ ହେବ। ଆସ୍ଥା ଭୋଟିଂ ହେବ ନା ପୁଣି ଟଳିବ। ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ କଣ କରିବେ। ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲେ ବି ଦଳ ବିଦ୍ରୋହୀଙ୍କ ସଂକଟରୁ ମୁକୁଳି ପାରିନି। ଚର୍ଚ୍ଚା ହେଉଛି, ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି। ସୂଚନା ମୁତାବକ ସିଦ୍ଧରମୟା, ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରା କିମ୍ବା ଡି.କେ.ଶିବକୁମାର ମୁଖ୍ୟମନ୍ତ୍ରୀ ହେଲେ ବିଦ୍ରୋହୀଙ୍କ କୌଣସି ଅସୁବିଧା ନାହିଁ । ବିଦ୍ରୋହୀ ବିଧାୟକଙ୍କୁ ଗୃହରେ ଯୋଗ ଦେବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହ୍ଵିପ ଜାରି କରିବା ସାମ୍ବିଧାନିକ ଅଧିକାର କହି, ଉଭୟ କଂଗ୍ରେସ ଓ ଜେଡିଏସ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଏହା ଉପରେ କଣ ରାୟ ଦେଉଛନ୍ତି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଶୁକ୍ରବାର ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇଟି ଡେଡ୍ ଲାଇନ ଦେଇଥିଲେ। ତଥାପି ଅନାସ୍ଥା ଭୋଟ ହୋଇପାରିନାହିଁ । ସଂକଟରେ ଥିବା ସରକାର ବାରମ୍ବାର ଭୋଟିଂ ଟାଳୁଥିବା ବିଜେପି ଅଭିଯୋଗ କରି ଆସୁଛି।
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…