କର୍ଣ୍ଣାଟକରେ ଆଜି ପୁଣି ହେବ ଆସ୍ଥା ଭୋଟ ଆଲୋଚନା, ରାଜ୍ୟରେ ରାଜନୈତିକ ସହ ଦେଖା ଦେଇଛି ସାମ୍ବିଧାନିକ ସଂକଟ

କର୍ଣ୍ଣାଟକ ନାଟକରେ କଣ ହେବ। ଆସ୍ଥା ଭୋଟିଂ ହେବ ନା ପୁଣି ଟଳିବ। ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ କଣ କରିବେ। ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲେ ବି ଦଳ ବିଦ୍ରୋହୀଙ୍କ ସଂକଟରୁ ମୁକୁଳି ପାରିନି। ଚର୍ଚ୍ଚା ହେଉଛି, ଏଚ୍‌ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି। ସୂଚନା ମୁତାବକ ସିଦ୍ଧରମୟା, ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରା କିମ୍ବା ଡି.କେ.ଶିବକୁମାର ମୁଖ୍ୟମନ୍ତ୍ରୀ ହେଲେ ବିଦ୍ରୋହୀଙ୍କ କୌଣସି ଅସୁବିଧା ନାହିଁ । ବିଦ୍ରୋହୀ ବିଧାୟକଙ୍କୁ ଗୃହରେ ଯୋଗ ଦେବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହ୍ଵିପ ଜାରି କରିବା ସାମ୍ବିଧାନିକ ଅଧିକାର କହି, ଉଭୟ କଂଗ୍ରେସ ଓ ଜେଡିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଏହା ଉପରେ କଣ ରାୟ ଦେଉଛନ୍ତି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଶୁକ୍ରବାର ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇଟି ଡେଡ୍‌ ଲାଇନ ଦେଇଥିଲେ। ତଥାପି ଅନାସ୍ଥା ଭୋଟ ହୋଇପାରିନାହିଁ । ସଂକଟରେ ଥିବା ସରକାର ବାରମ୍ବାର ଭୋଟିଂ ଟାଳୁଥିବା ବିଜେପି ଅଭିଯୋଗ କରି ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.