ଜୁନରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୨୯ % କମ ବର୍ଷା, ଶୀଘ୍ର ବର୍ଷା ନ ହେଲେ ପରିସ୍ଥିତି ସଂଗୀନ ହେବା ଆଶଙ୍କା

ଭୁବନେଶ୍ବର : ଜୁଲାଇ ମାସର ଦିନ ଗଡ଼ିବା ସହ ନିଅଣ୍ଟିଆ ବର୍ଷା ପରିମାଣ ବଢି ଚାଲିଛି। ଜୁନ ମାସରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୪୪୫ ମିଲିମିଟର ବର୍ଷା ହେବା କଥା। ହୋଇଛି ୩୧୬.୭ ମିଲିମିଟର ବର୍ଷା । ଅର୍ଥାତ ରାଜ୍ୟରେ ୨୯ ପ୍ରତିଶତ କମ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ସବୁଠାରୁ କମ ବର୍ଷା ହୋଇଛିା ଆଗକୁ ବର୍ଷାର ସମ୍ଭାବନା ରହିଛି। ହରିୟାଣାର ପଲାଡିରୁ ଉତ୍ତର ବଙ୍ଗୋପସାଗର ଦେଇ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଦେବଗଡ ସମେତ ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛିା ସେପଟେ ଆସନ୍ତା ୨୪ ଓ ୨୫ରେ ଦକ୍ଷିଣ ଓଡ଼ିଶା ସ ୨୯ ପ୍ରତିଶତ କମ ବର୍ଷା ମେତ ଉତ୍ତର ଓଡ଼ିଶାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଭୁବନେଶ୍ୱର ଓ କଟକରେ କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.