ଦେଶ ବିଦେଶ

ସୀମା ହାଇଦର ଓ ପ୍ରେମିକ ସଚିନ୍‌ଙ୍କୁ ଫିଲ୍ମ ଅଫର, ଜାଣନ୍ତୁ କିଏ ଦେଲେ

ସୀମା ପାର କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚିନ୍‌ଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ସବୁଠୁ ଅଧିକ ଟ୍ରେଣ୍ଡ କରୁଛି ଏହି ଖବର । ତେବେ ସଚିନଙ୍କ ଘରେ ରହୁଥିବା ସୀମା ଏବେ ଭଲରେ ନାହାନ୍ତି । ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସୀମା ଏବେ ଗର୍ଭବତୀ ବୋଲି ଖବର ଆସିଲାଣି । ତେବେ ସେମାନଙ୍କ ଖରାପ ସ୍ଥିତି ଖବର ପାଇ ଜଣେ ଫିଲ୍ମ ପ୍ରଯୋଜକ ଏହି ପ୍ରେମୀ ଯୁଗଳଙ୍କୁ ଫିଲ୍ମରେ ଅଭିନୟ କରିବାର ଅଫର ଦେଇଛନ୍ତି ।

ବେଆଇନ୍‌ ଭାବେ ପାକିସ୍ତାନରୁ ଭାରତ ଆସିଥିବାରୁ ସୀମଙ୍କୁ ନେଇ ପୋଲିସ୍‌ ତଦନ୍ତ ଜାରି ରହିଛି । ଏହି ତଦନ୍ତ ଯୋଗୁଁ ଉଭୟ କୌଣସି କାମଧନ୍ଦା କରି ପାରୁ ନାହାନ୍ତି । ଏମିତିକି ସଚିନ୍‌ଙ୍କ ପରିବାର ଲୋକ ଘରୁ ବାହାରି ପାରୁ ନାହାନ୍ତି । ଫଳରେ ଘରକୁ ଅତ୍ୟାବଶ୍ୟକ ଜିନିଷପତ୍ର କିଣି ନପାରି ବଡ଼ ହଇରାଣ ହେଉଛନ୍ତି । ଏ ଖବର ପ୍ରଚାର ହେବା ପରେ ଉତ୍ତର ପ୍ରଦେଶ ନବନିର୍ମାଣ ସେନା ସଂଗଠନର ଅଧ୍ୟକ୍ଷ ମେରଠ ବାସିନ୍ଦା ଅମିତ ଜାନି ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଅମିତ ଜଣେ ଫିଲ୍ମ ପ୍ରଯୋଜକ । ସେ ତାଙ୍କ ନୂଆ ସିନେମାରେ ସୀମା ଓ ସଚିନ୍‌ଙ୍କୁ ଅଭିନୟ କରିବା ପାଇଁ ଅଫର ଦେଇଛନ୍ତି । ସେ କହିଛନ୍ତି କି ପାକିସ୍ତାନରେ ଅଞ୍ଜୁକୁ ଯଦି ଏତେ ସହାୟତା ମିଳୁଛି ଆମେ ଭାରତରେ କାହିଁକି ସୀମା ଓ ସଚିନଙ୍କୁ ସାହାଯ୍ୟ ନକରିବା ।

ତେବେ ସୀମା ଓ ସଚିନ୍‌ଙ୍କୁ ନେଇ ସେ କୌଣସି ଲଭଷ୍ଟୋରୀ ବା ସେମାନଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମ କରୁ ନାହାନ୍ତି । ରାଜସ୍ଥାନରେ ଜଣେ ଟେଲରଙ୍କ ହାତ୍ୟାକାଣ୍ଡ ଉପରେ ସେ କରୁଥିବା ଫିଲ୍ମରେ ଅଭିନୟ ପାଇଁ ଅଫର ଦେଇଛନ୍ତି । ଅମିତ ନୂଆ କରି ସିନେମା ପ୍ରଯୋଜନାରେ ପାଦ ଦେଇଛନ୍ତି ଏବଂ ରାଜସ୍ଥାନରେ ଟେଲର କହ୍ନେୟା ଲାଲ ସାହୁ ହତ୍ୟାକାଣ୍ଡ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଯଦି ସୀମା ଓ ସଚିନ୍‌ ତାଙ୍କ ଫିଲ୍ମରେ ଅଭିନୟ କରନ୍ତି ତେବେ ପାରିଶ୍ରମିକ ସ୍ୱରୂପ ସେ ଲକ୍ଷାଧିକ ଟଙ୍କା ତାଙ୍କୁ ଦେବେ ବୋଲି ଅମିତ କହିଛନ୍ତି ।

 

 

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

10 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

15 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

45 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

53 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago