ଦେଶ ବିଦେଶ

ଡ୍ୟୁଟିର ୨ ଘଣ୍ଟା ପୂର୍ବରୁ ଛାଡ଼ି ନ ଥିଲେ ଏଏସ୍‌ଆଇ…, ରାଗ ରଖି ଟ୍ରେନ୍‌ ଭିତରେ ଟୀକାରାମ ମୀଣାଙ୍କୁ ମାରିଦେଲେ ଆର୍‌ପିଏଫ୍‌ କନଷ୍ଟେବଳ

ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ (12956) ଭିତରେ ସୋମବାର ଜଣେ ଆରପିଏଫ କନଷ୍ଟେବଳଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଟ୍ରେନ୍‌ଟି ପାଲଘର ଅତିକ୍ରମ କରିବା ପରେ କନଷ୍ଟେବଳ ହଠାତ୍‌ ଗୁଳି ଚଳାଇଥିଲେ। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ଦିନକ ପରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି।

ଆର୍‌ପିଏଫ୍‌ କନଷ୍ଟେବଳ ଚେତନ ସିଂ ନିଜର ବରିଷ୍ଠ ଟୀକାରାମ ମୀଣାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ସହିତ ଟ୍ରେନ୍‌ରେ ଥିବା ଅନ୍ୟ ୩ ଯାତ୍ରୀଙ୍କୁ ମଧ୍ୟ ଗୁଳି କରିଛନ୍ତି। ଏବେ ଏହି ହତ୍ୟାକାଣ୍ଡ ପଛର କାରଣ ଖୁଲାସା ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଏଏସ୍‌ଆଇ ମୀଣା କନଷ୍ଟେବଳ ଚେତନ ସିଂଙ୍କୁ ତାଙ୍କ ଦୈନିକ ଡ୍ୟୁଟି ଘଣ୍ଟାରୁ ୨ ଘଣ୍ଟା ପୂର୍ବରୁ ଯିବାକୁ ମନା କରିଦେଇଥିଲେ।

ଅଭିଯୋଗକାରୀ ଅମୟ ଆଚାର୍ଯ୍ୟ ଖୁଲାସା କରିଛନ୍ତି ଯେ କନଷ୍ଟେବଳ ନିଜର ଡ୍ୟୁଟି ଉପରେ ଠିକ୍‌ଠାକ୍‌ ନ ଥିଲେ। ତେଣୁ ସେ ଏଏସ୍‌ଆଇଙ୍କୁ ଜଲ୍‌ଦି ଛାଡ଼ିଦେବା ପାଇଁ କହିଥିଲେ। କିନ୍ତୁ ଏଏସ୍‌ଆଇ ମନା କରିଦେଇଥିଲେ ଏବଂ ଏହା ପରିବର୍ତ୍ତେ ତାଙ୍କୁ ଆରାମ କରିବାକୁ କହିଥିଲେ। କାରଣ, ଚେତନଙ୍କ ଡ୍ୟୁଟି ସମୟ ଆଉ ଦୁଇ ଘଣ୍ଟାରେ ସରିଯିବାକୁ ଥିଲା।

ଟ୍ରେନ୍‌ ଆସିବା ପରେ ଏଏସ୍‌ଆଇ ମୀଣା ତାଙ୍କୁ ଔଷଧ ଖାଇ ଆରାମ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ କନଷ୍ଟେବଳ ଆରାମ କରିବାକୁ ଚାଲିଯାଇଥିଲେ। ହେଲେ ଏହାର ୧୫ ମିନିଟ୍‌ ପରେ ସେ ଉଠିଥିଲେ ଏବଂ ଜବରଦସ୍ତି ଅମୟ (ଅଭିଯୋଗକାରୀ)ଙ୍କଠାରୁ ରାଇଫଲ୍‌ ଛଡ଼ାଇ ନେଇଥିଲେ। ଯେତେବେଳେ ସେ ନିଜର ରାଇଫଲ୍‌ ଦେବାକୁ ମନା କରିଥିଲେ, ସେତେବେଳେ ଚେତନ ତାଙ୍କ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଅମୟ ଆଚାର୍ଯ୍ୟ କହିଛନ୍ତି, ରାଇଫଲ୍‌ ତାଙ୍କଠାରୁ ଛଡ଼ାଇବା ପରେ ଚେତନ ଅତ୍ୟଧିକ କ୍ରୋଧିତ ଦେଖାଯାଉଥିଲେ। ଏହାରି ଭିତରେ ସେ ଏକ କାର୍‌ରେ ଯାଇ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଜିଆର୍‌ପି ଅଧିକାରୀମାନେ କହିଛନ୍ତି, କିଛି ମିନିଟ୍‌ ପରେ ସେମାନଙ୍କୁ ଗୁଳିକାଣ୍ଡ ବିଷୟରେ ଖବର ମିଳିଥିଲା। ସେପଟେ ଅମୟ କନଷ୍ଟେବଳଙ୍କ ଭୟରେ ସ୍ଲିପର କୋଚ୍‌ରେ ଲୁଚି ଯାଇଥିଲେ।

କହି ରଖୁଛୁ କି, କନଷ୍ଟେବଳଙ୍କ ଗୁଳିମାଡ଼ରେ ୩ ଜଣ ଯାତ୍ରୀ ଓ ଜଣେ RPF ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର(ASI)ଙ୍କ ମୃତ୍ୟୁ ହୋଇଛି। ଫାୟାରିଂ ପରେ କନଷ୍ଟେବଳ ଦହିସର ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

Roshni

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

5 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

19 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

24 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

55 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago