ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ଦେବା ପାଇଁ ରଚିଲେ ଚକ୍ରବିହ୍ୟୁ, ସୁପାରି ଦେଇ କରିଲେ ନିଜର ହତ୍ୟା

ରାଜସ୍ଥାନର ଭିଲୱାରା ଠାରେ ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ପରିବାର ପାଇଁ କିଛି କରିପାରି ନଥିଲେ। ହେଲେ ମୃତ୍ୟୁପରେ ପରିବାର ଲୋକଙ୍କ ୫୦ ଲକ୍ଷ ଟଙ୍କାର ବୀମା ଅର୍ଥ ଦେବାକୁ ଜଣେ ବ୍ୟକ୍ତି ନିଜକୁ ଅନ୍ୟଦ୍ୱାରା ହତ୍ୟା କରାଇଛନ୍ତି। ରିପୋର୍ଟ ଅନୁଯାୟୀ ବଲବିର ଖରୋଲ ନାମକ ଜଣେ ବ୍ୟକ୍ତି ସାହୁକାର ବ୍ୟବସାୟ କରୁଥିଲେ। ସେ ଅନ୍ୟଠାରୁ ଟଙ୍କା ଆଣିବା ସହ ବିଭିନ୍ନ ଲୋକଙ୍କୁ ସୁଧରେ ଟଙ୍କା ଦେଉଥିଲେ। ତେବେ ତାଙ୍କ ଉପରେ ଦିନକୁ ଦିନ ଋଣ ଭାର ବଢ଼ିଥିଲା। ବଲବିର କିଛି ଲୋକଙ୍କୁ ୨୦ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ହେଲେ ଗତ ୬ ମାସ ହେଲାଣି ମୂଳଧନ ତ ଦୂରର କଥା ସୁଧ ମଧ୍ୟ ଆଣିବାକୁ ସଫଳ ହୋଇ ପାରି ନଥିଲେ।

ଏହି କାରଣରୁ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଏଥିପାଇଁ ସେ ନିଜକୁ ହତ୍ୟା କରି ତାଙ୍କ ନାଁରେ ଥିବା ବୀମା ରାଶିକୁ ପରିବାର ଲୋକଙ୍କୁ ଦେବାକୁ ଲକ୍ଷ୍ୟ ରଖିଥିଲେ। ଏହି ଯୋଜନାକୁ କାକାରୀ କରିବାକୁ ସେ ଦୁଇ ଜଣ ବ୍ୟକ୍ତି ରାଜବୀର ସିଂହ ଓ ସୁନୀଲ ଯାଦବଙ୍କୁ ସୁପାରି ଦେଇଥିଲେ। ପ୍ରଥମେ ହତ୍ୟାକାଣ୍ଡ ପାଇଁ ଦୁର୍ଘଟଣାକୁ ମାଧ୍ୟମ କରିବାକୁ ଯୋଜନା କରିଥିଲେ। ହେଲେ କାଳେ ସେ ବଞ୍ଚିଯିବେ, ସେଥିପାଇଁ ଏହି ଯୋଜନାକୁ ବାତିଲ କରିଥିଲେ। ପରେ ବଲବିର ଦୁଇ ଅଭିଯୁକ୍ତଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ କହିଥିଲେ। ଯୋଜନା ମୁତାବକ ୮୦ ହଜାର ଟଙ୍କାରେ ନିଜକୁ ହତ୍ୟା କରିବା ପାଇଁ ବଲବିର ଡିଲ୍ କରିଥିଲେ। ସେପ୍ଟେମ୍ବର ଦୁଇରେ ବଲବିର ଦୁଇ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେମାନେ ଏକତ୍ରୀତ ହୋଇ ଗୋଟିଏ ନିଛାଟିଆ ସ୍ଥାନକୁ ଯାଇଥିଲେ। ସେଠାରେ ଜଣେ ଅଭିଯୁକ୍ତ ବଲବିରଙ୍କ ହାତ ଓ ଗୋଡ଼କୁ ପ୍ରଥମେ ବାନ୍ଧି ଦେଇଥିଲେ। ଏହାପରେ ଦ୍ୱିତୀୟ ଅଭିଯୁକ୍ତ ଜଣଙ୍କ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପୂର୍ବରୁ ବଲବିର ଦୁଇ ଅଭିଯୁକ୍ତଙ୍କୁ ଡିଲ୍ର ବଳକା ଟଙ୍କା ସେ ପ୍ରାଣ ହରାଇବା ପରେ ପକେଟ୍ରୁ ନେଇଯିବାକୁ କହିଥିଲେ।

ଏହାସହ ପଢନ୍ତୁ: ଛୋଟବେଳୁ ହରାଇଛନ୍ତି ଦୁଇଟି ଯାକ ଗୋଡ଼, ତଥାପି ର‍୍ୟାମ୍ପରେ ଚାଲି ଇତିହାସ ସୃଷ୍ଟି କଲେ ଏହି ବାଳିକା

ଏହି ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ହିଁ ବଲବିର ଏକ ଘରୋଇ ବ୍ୟାଙ୍କରେ ବୀମା କରିଥିଲେ ଏବଂ କେବଳ ପ୍ରଥମ ପ୍ରିମିୟମ ଦେଇଥିଲେ। ବୀମା ଅନୁଯାୟୀ, ସେ ପ୍ରାଣ ହରାଇଥିଲେ ତାଙ୍କ ପରିବାର ଲୋକ ୫୦ ଲକ୍ଷ ଟଙ୍କା ପାଇବେ। ସୂଚନା ଅନୁଯାୟୀ ଉକ୍ତ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

KNews Bureau

Recent Posts

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

2 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

37 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

48 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago