ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ଦେବା ପାଇଁ ରଚିଲେ ଚକ୍ରବିହ୍ୟୁ, ସୁପାରି ଦେଇ କରିଲେ ନିଜର ହତ୍ୟା

ରାଜସ୍ଥାନର ଭିଲୱାରା ଠାରେ ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ପରିବାର ପାଇଁ କିଛି କରିପାରି ନଥିଲେ। ହେଲେ ମୃତ୍ୟୁପରେ ପରିବାର ଲୋକଙ୍କ ୫୦ ଲକ୍ଷ ଟଙ୍କାର ବୀମା ଅର୍ଥ ଦେବାକୁ ଜଣେ ବ୍ୟକ୍ତି ନିଜକୁ ଅନ୍ୟଦ୍ୱାରା ହତ୍ୟା କରାଇଛନ୍ତି। ରିପୋର୍ଟ ଅନୁଯାୟୀ ବଲବିର ଖରୋଲ ନାମକ ଜଣେ ବ୍ୟକ୍ତି ସାହୁକାର ବ୍ୟବସାୟ କରୁଥିଲେ। ସେ ଅନ୍ୟଠାରୁ ଟଙ୍କା ଆଣିବା ସହ ବିଭିନ୍ନ ଲୋକଙ୍କୁ ସୁଧରେ ଟଙ୍କା ଦେଉଥିଲେ। ତେବେ ତାଙ୍କ ଉପରେ ଦିନକୁ ଦିନ ଋଣ ଭାର ବଢ଼ିଥିଲା। ବଲବିର କିଛି ଲୋକଙ୍କୁ ୨୦ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ହେଲେ ଗତ ୬ ମାସ ହେଲାଣି ମୂଳଧନ ତ ଦୂରର କଥା ସୁଧ ମଧ୍ୟ ଆଣିବାକୁ ସଫଳ ହୋଇ ପାରି ନଥିଲେ।

rajastanଏହି କାରଣରୁ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଏଥିପାଇଁ ସେ ନିଜକୁ ହତ୍ୟା କରି ତାଙ୍କ ନାଁରେ ଥିବା ବୀମା ରାଶିକୁ ପରିବାର ଲୋକଙ୍କୁ ଦେବାକୁ ଲକ୍ଷ୍ୟ ରଖିଥିଲେ। ଏହି ଯୋଜନାକୁ କାକାରୀ କରିବାକୁ ସେ ଦୁଇ ଜଣ ବ୍ୟକ୍ତି ରାଜବୀର ସିଂହ ଓ ସୁନୀଲ ଯାଦବଙ୍କୁ ସୁପାରି ଦେଇଥିଲେ। ପ୍ରଥମେ ହତ୍ୟାକାଣ୍ଡ ପାଇଁ ଦୁର୍ଘଟଣାକୁ ମାଧ୍ୟମ କରିବାକୁ ଯୋଜନା କରିଥିଲେ। ହେଲେ କାଳେ ସେ ବଞ୍ଚିଯିବେ, ସେଥିପାଇଁ ଏହି ଯୋଜନାକୁ ବାତିଲ କରିଥିଲେ। ପରେ ବଲବିର ଦୁଇ ଅଭିଯୁକ୍ତଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ କହିଥିଲେ। ଯୋଜନା ମୁତାବକ ୮୦ ହଜାର ଟଙ୍କାରେ ନିଜକୁ ହତ୍ୟା କରିବା ପାଇଁ ବଲବିର ଡିଲ୍ କରିଥିଲେ। ସେପ୍ଟେମ୍ବର ଦୁଇରେ ବଲବିର ଦୁଇ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେମାନେ ଏକତ୍ରୀତ ହୋଇ ଗୋଟିଏ ନିଛାଟିଆ ସ୍ଥାନକୁ ଯାଇଥିଲେ। ସେଠାରେ ଜଣେ ଅଭିଯୁକ୍ତ ବଲବିରଙ୍କ ହାତ ଓ ଗୋଡ଼କୁ ପ୍ରଥମେ ବାନ୍ଧି ଦେଇଥିଲେ। ଏହାପରେ ଦ୍ୱିତୀୟ ଅଭିଯୁକ୍ତ ଜଣଙ୍କ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପୂର୍ବରୁ ବଲବିର ଦୁଇ ଅଭିଯୁକ୍ତଙ୍କୁ ଡିଲ୍ର ବଳକା ଟଙ୍କା ସେ ପ୍ରାଣ ହରାଇବା ପରେ ପକେଟ୍ରୁ ନେଇଯିବାକୁ କହିଥିଲେ।

ଏହାସହ ପଢନ୍ତୁ: ଛୋଟବେଳୁ ହରାଇଛନ୍ତି ଦୁଇଟି ଯାକ ଗୋଡ଼, ତଥାପି ର‍୍ୟାମ୍ପରେ ଚାଲି ଇତିହାସ ସୃଷ୍ଟି କଲେ ଏହି ବାଳିକା

ଏହି ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ହିଁ ବଲବିର ଏକ ଘରୋଇ ବ୍ୟାଙ୍କରେ ବୀମା କରିଥିଲେ ଏବଂ କେବଳ ପ୍ରଥମ ପ୍ରିମିୟମ ଦେଇଥିଲେ। ବୀମା ଅନୁଯାୟୀ, ସେ ପ୍ରାଣ ହରାଇଥିଲେ ତାଙ୍କ ପରିବାର ଲୋକ ୫୦ ଲକ୍ଷ ଟଙ୍କା ପାଇବେ। ସୂଚନା ଅନୁଯାୟୀ ଉକ୍ତ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

Leave A Reply

Your email address will not be published.