ଦେଶ ବିଦେଶ

ୟୁପିର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ, କିଛି ମିନିଟ୍‌ ଭିତରେ ସବୁ ଜଳି ଛାରଖାର

ଉତ୍ତର ପ୍ରଦେଶର ଶାହାଜହାଁପୁରରେ ଏକ ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଲ୍‌ ଭିତରେ ନିଆଁ ଦେଖି ଲୋକମାନେ ହୋ ହଲ୍ଲା କରିଥିଲେ । ଚାହୁଁ ଚାହୁଁ ମାତ୍ର କିଛି ମିନିଟ୍‌ ଭିତରେ ସବୁକିଛି ଜଳି ଛାରଖାର ହୋଇଯାଇଥିଲା । ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଏଠାରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ସିନେମା ହଲ୍‌ର ନାଁ ଅମ୍ବା ସିନେପ୍ଲେକ୍ସ ବୋଲି ଜଣାପଡ଼ିଛି ।

ମିଳିଥିବା ଖବର ମୁତାବକ, ହଲ୍‌ ଭିତରେ ନିଆଁ ଏତେ ଭୟଙ୍କର ଭାବରେ ଲାଗିଥିଲା ଯେ ଅନେକ ମିଟର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଇଥିଲା । ଘଟଣାସ୍ଥଳରେ ୬ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭାଇବାରେ ଲାଗିଥିଲେ । ଘଟଣା ଘଟିଛି କୋତଓ୍ଵାଲି ଅଞ୍ଚଳର ଅମ୍ବା ସିନେମା ହଲ୍‌ରେ । ଏଠାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ହଲ୍‌ ଭିତରେ ଭୟଙ୍କର ଭାବରେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ହୋଇଥିଲା ।

କୁହାଯାଉଛି ଯେ ସିନେମା ହଲ୍‌ରେ ଶୋ’ ଶେଷ ହୋଇସାରିଥିଲା । ଲୋକମାନେ ଘରକୁ ଯାଇସାରିଥିଲେ । ଏହାର ପାଖାପାଖି ଅଧ ଘଣ୍ଟା ପରେ ଯେତେବେଳେ ହଲ୍‌ର କର୍ମଚାରୀମାନେ ବାହାରେ ଆସି ବସିଥିଲେ, ସେହି ସମୟରେ ଶର୍ଟ ସର୍କିଟ୍‌ ହୋଇ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ବିକଟାଳ ରୂପ ଧାରଣା କରିଥିଲା । ସିନେମା ଘରର ଚେୟାର ଏବଂ ପୂରା ହଲ୍‌ ନିଆଁ ସଂସ୍ପର୍ଶରେ ଆସିଯାଇଥିଲା । ବର୍ତ୍ତମାନ ପୋଲିସ ଯାତାୟାତ ରାସ୍ତାକୁ ବନ୍ଦ କରିଦେଇଛି ।

ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ୬ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ବିଳମ୍ବିତ ରାତି ଯାଏ ସିନେମା ହଲ୍‌ ଜଳୁଥିଲା ଏବଂ ବହୁ ଉପରକୁ ନିଆଁ ଉଠୁଥିବାର ଦେଖାଯାଇଥିଲା । କିଛି ସମୟ ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରି ନେଇଥିଲେ ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

6 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

20 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

35 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

46 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

57 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago