ଦେଶ ବିଦେଶ

କାରପେଟ୍‌ ଗୋଦାମରେ ଲାଗିଲା ଭୀଷଣ ନିଆଁ, ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୨୩ଟି ଦମକଳ ଗାଡି

ରାଜଧାନୀ ଦିଲ୍ଲୀରେ ବାରମ୍ବାର ନିଆଁ ଲାଗୁଛି। ଏବେ ତାପମାତ୍ରା ଦିନକୁ ଦିନ ବଢୁଥିବାରୁ ଲୋକମାନଙ୍କୁ ଅସହ୍ୟ ତାତି ସହିବାକୁ ପଡୁଛି। ଏହାମଧ୍ୟରେ ଅନେକ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ବାରମ୍ବାର ନିଆଁ ଲାଗିବା ଦିଲ୍ଲୀବାସୀଙ୍କୁ ଅତିଷ୍ଠ କରିଛି। ଏବେ ଦିଲ୍ଲୀର ହମିଦପୁର ଅଞ୍ଚଳରେ ନିଆଁ ଲାଗିଛି। ଏହି ଘଟଣାରେ ଦମକଳ ବିଭାଗର ୨୩ ଗାଡି ନିଆଁକୁ ଆୟତ୍ତ କରିବାରେ ଲାଗିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି।

ସୂଚନା ମୁତାବକ, ଦିଲ୍ଲୀରେ ଗୁରୁବାର ରାତିରେ ହମିଦପୁର ପାଖରେ ଥିବା ଏକ ଗୋଦାମରେ ନିଆଁ ଲାଗିଯାଇଛି। ଏହି ଗୋଦାମରେ କାରପେଟ୍‌ ଏବଂ କ୍ରୋକରୀ ଜିନିଷ ରଖାଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳର ୧୯ଟି ଗାଡି ଲାଗିଥିଲା। କିନ୍ତୁ ନିଆଁକୁ ଆୟତ୍ତ କରିପାରିଥିଲା ଓ ତା’ ପରେ ଆଉ ବାକି ଗାଡିକୁ ପଠାଯାଇଥିଲା।

ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ। କିନ୍ତୁ ସବୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। କାରପେଟ୍‌ କାରଣ ଯୋଗୁଁ ଭୀଷଣ ନିଆଁ ଲାଗିଛି। ବୁଧବାର ଦିନ ଦିଲ୍ଲୀରେ ଅନେକ ସ୍ଥାନରେ ନିଆଁ ଲାଗିବା ଘଟଣା ଦେଖିବାକୁ ମିଳିଛି। ଦିଲ୍ଲୀରେ ନର୍ଥ ବ୍ଲକରେ ଗୃହ ମନ୍ତ୍ରଣାଳୟ ଟେଲିଫୋନ ଏକ୍ସଚେଞ୍ଚ ନିଆଁ ଲାଗିବା ଲାଗିଥିଲା।

ଦିଲ୍ଲୀର ଜାମିଆ ନଗରସ୍ଥିତ ଏକ ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ହଠାତ୍‌ ନିଆଁ ଲାଗିଯାଇଥିଲା, ଯାହାଫଳରେ ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଲୋକଙ୍କ ମୁତାବକ, ଯେଉଁ ପାର୍କିଂ ସ୍ଥଳରେ ନିଆଁ ଲାଗିଛି, ସେଠାରେ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକୁ ଚାର୍ଜ କରାଯାଉଥିଲା।

ଅଗ୍ନିଶମ ଅଧିକାରୀଙ୍କ କହିବା ହେଲା, ଘଟଣାସ୍ଥଳରେ ୭ ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତି ଉପରେ କାବୁ ଅଣାଯାଇ ପାରିଛି। ସୂଚନା ଅନୁସାରେ, ଆଜି ସକାଳ ପାଖାପାଖି ୫ଟାରେ ପାର୍କିଂ ସ୍ଥଳରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅନେକ ବାହନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଇ-ରିକ୍ସାଗୁଡ଼ିକ ଜଳି ଛାରଖାର୍‌ ହୋଇଯାଇଛି।

Swagatika

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

12 seconds ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago