ଦେଶ ବିଦେଶ

ଦିଲ୍ଲୀର ସବୁଠାରୁ ଶସ୍ତା ମାର୍କେଟ ସରୋଜିନୀ ନଗରରେ ଲାଗିଲା ନିଆଁ, ୪ରୁ ଅଧିକ ଦୋକାନ ଜଳିପୋଡି ପାଉଁଶ

ଦିଲ୍ଲୀର ସରୋଜିନୀ ନଗର ଅଞ୍ଚଳରେ ଗତରାତିରେ ୪ଟି ବଡ ଦୋକାନରେ ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଛି । ଫଳରେ ପାଖରେ ଥିବା ଆଉ ୨୦ଟି ଦୋକାନରେ ନିଆଁ ମଧ୍ୟ ଲାଗିଥିବା ଖବର ମିଳିଛି । ରାତି ୨ ଟା ପାଖାପାଖି ଏହି ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ନିଆଁ ଲାଗିବା ଖବର ମିଳିବା ପରେ ଦିଲ୍ଲୀ ଦମକଳ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚିିଥିଲା । ଅନେକ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ରାତି ୨ଟାରେ ବନ୍ଦ ଥିବା ମାର୍କେଟରେ ନିଆଁ ଲାଗିବା ଯୋଗୁଁ ଏକ ବଡ ଦୁର୍ଘଟଣାରୁ ନିଶ୍ଚିତ ଭାବେ ରକ୍ଷା ପାଇଛି । ଦିଲ୍ଲୀର ସରୋଜିନୀ ମାର୍କେଟ ବହୁତ ବ୍ୟସ୍ତବହୁଳ ମାର୍କେଟ । ବହୁତ ଶସ୍ତା ଏବଂ ଭଲ ଜିନିଷ ପାଇଁ ଏହି ମାର୍କେଟ ଜଣାଶୁଣା । ତେବେ ନିଆଁ କେମିତି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାନାହିଁ । ନିଆଁ ସର୍ଟସର୍କିଟ ଯୋଗୁଁ ଲାଗିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀର କରାଓ୍ଵଲ ନଗର ଅଞ୍ଚଳ ସ୍ଥିତ ଏକପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ସବୁ ପ୍ଲାଷ୍ଟିକ ଜିନିଷ ତରଳିଯାଇଥିଲା । ଘଟଣା ସ୍ଥଳରେ ୮ଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା ।

Swagatika

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

13 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

21 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

27 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

35 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

38 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

45 mins ago