ଜଳୁଛି ସିରିଆ। ସିରିଆର ମଧ୍ୟ ଓ ଉତ୍ତର-ପଶ୍ଚିମ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି। କିନ୍ତୁ ଏତେ ଭୟଙ୍କର ଭାବେ ନିଆଁ ଲାଗିଛି ଯେ ତାହାକୁ ଆଗ୍ନିକମାନେ କଣ୍ଟ୍ରୋଲ କରିପାରୁନାହାନ୍ତି। ରିପୋର୍ଟ ମୁତାବକ ହୋମ୍ସ ପ୍ରାନ୍ତର ଗ୍ରାମୀଣ ଅଞ୍ଚଳ ସମେତ ତଟବର୍ତ୍ତୀ ଓ ଲତାକିୟାର ତଟୀୟ ପ୍ରାନ୍ତରେ ଗୁରୁବାର ମଧ୍ୟରାତ୍ରରେ ଏହି ନିଆଁ ଲାଗିଥିଲା।
ନିଆଁ ପ୍ରଭାବରେ ପ୍ରଥମେ ଚାଷ ଜମି ଓ କୃଷି କ୍ଷେତ୍ର ଜଳିଥିଲା। ନିଆଁ କ୍ରମଶଃ ବସ୍ତି ଆଡ଼କୁ ମାଡ଼ି ଆସିଛି। ନିଆଁ ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଧୂଆଁ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ କିଛି ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏନେଇ ପ୍ରଶାସନ ତରଫରୁ କୁହାଯାଇଛି ଯେ ଏବେ ଯାଏଁ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ମାତ୍ର ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି। ନିଆଁ ଲିଭାଇବାକୁ ସେନାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଖୁବ୍ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ହୁସେନ୍ ଅର୍ନୋସ କହିଛନ୍ତି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…