ସିରିଆରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ ହେଉନି ନିଆଁ; ପୋଡ଼ି ହୋଇ ମଲେଣି ୨ ଜଣ

ଜଳୁଛି ସିରିଆ। ସିରିଆର ମଧ୍ୟ ଓ ଉତ୍ତର-ପଶ୍ଚିମ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି। କିନ୍ତୁ ଏତେ ଭୟଙ୍କର ଭାବେ ନିଆଁ ଲାଗିଛି ଯେ ତାହାକୁ ଆଗ୍ନିକମାନେ କଣ୍ଟ୍ରୋଲ କରିପାରୁନାହାନ୍ତି। ରିପୋର୍ଟ ମୁତାବକ ହୋମ୍ସ ପ୍ରାନ୍ତର ଗ୍ରାମୀଣ ଅଞ୍ଚଳ ସମେତ ତଟବର୍ତ୍ତୀ ଓ ଲତାକିୟାର ତଟୀୟ ପ୍ରାନ୍ତରେ ଗୁରୁବାର ମଧ୍ୟରାତ୍ରରେ ଏହି ନିଆଁ ଲାଗିଥିଲା।

ନିଆଁ ପ୍ରଭାବରେ ପ୍ରଥମେ ଚାଷ ଜମି ଓ କୃଷି କ୍ଷେତ୍ର ଜଳିଥିଲା। ନିଆଁ କ୍ରମଶଃ ବସ୍ତି ଆଡ଼କୁ ମାଡ଼ି ଆସିଛି। ନିଆଁ ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଧୂଆଁ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ କିଛି ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

siria

ଏନେଇ ପ୍ରଶାସନ ତରଫରୁ କୁହାଯାଇଛି ଯେ ଏବେ ଯାଏଁ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ମାତ୍ର ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି। ନିଆଁ ଲିଭାଇବାକୁ ସେନାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଖୁବ୍‌ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ହୁସେନ୍‌ ଅର୍ନୋସ କହିଛନ୍ତି।

Leave A Reply

Your email address will not be published.