Below header

ବିଶ୍ୱର ଏମିତି ଏକ ଭାଷା, ଯାହାକୁ ବ୍ୟବହାର କରୁଛନ୍ତି ମାତ୍ର ଜଣେ ମହିଳା

ବିଶ୍ୱବ୍ୟାପି ପାଖାପାଖି ୬୯୦୦ ପ୍ରକାରର ଭାଷାରେ ଲୋକେ କଥାବାର୍ତ୍ତା କରନ୍ତି । ଏହା ମଧ୍ୟରୁ ଏମିତି କିଛି ଭାଷା ରହିଛି ଯାହା ହଜାରେ ବର୍ଷରୁ ବି ଅଧିକ ପୁରୁଣା । ଆଉ ଏମିତି ବି କିଛି ଭାଷା ରହିଛି ଯାହାର ଅସ୍ତିତ୍ବ ଖୁବଶୀଘ୍ର ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ବସିଲାଣି । ବିଶ୍ଵବ୍ୟାପୀ ହଜାରେରୁ କମ ସଂଖ୍ୟକ ଲୋକ ଏହି ସବୁ ଭାଷାରେ କଥାବାର୍ତ୍ତା ହେଉଥିବାରୁ ଏହି ସବୁ ଭାଷା ମାନଙ୍କର ଅସ୍ତିତ୍ବ ଧୀରେ ଧୀରେ ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ବସିଲାଣି । ଏମିତି ହିଁ ଏକ ଭାଷା ହେଉଛି “ୟଘାନ” । ଆର୍ଜେଣ୍ଟିନାରେ ଅବସ୍ଥିତ ଏକ ଦ୍ବୀପର ମୂଳ ଭାଷା “ୟଘାନ” ଧୀରେ ଧୀରେ ଗାୟବ ହେବାକୁ ବସିଲାଣି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭାଷାରେ କଥା ହେଉଥିବା ଏବେ ପୃଥିବୀ ପୃଷ୍ଠରେ ଜଣେ ମାତ୍ର ହିଁ ମହିଳା ଜୀବିତ ଅଛନ୍ତି ।

yaghan

କହିରଖିବା ଉଚିତ ହେବକି, ଆର୍ଜେଣ୍ଟିନା ଓ ଚି଼ଲ୍ଲୀ ମଧ୍ୟବର୍ତ୍ତୀ ଅଂଚଳରେ ଅବସ୍ଥିତ ଟିଏରା ଡେଲ ଫ୍ୟୁଗୋ ନାମକ ଏକ ଦ୍ବୀପରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ହିଁ ଏହି ଭାଷାର ବ୍ୟବହାର କରୁଥିଲେ । ଆହୁରି ମଧ୍ୟ ଜଣାଯାଇଛିଯେ ସଂସ୍କୃତ ଭାଷା ସହିତ ଏହାର ଅନେକ ସମାନଞ୍ଜସ ରହିଛି । କିନ୍ତୁ ଏବେ ମାତ୍ର ଜଣେ ହିଁ ବୟସ୍କା ମହିଳା ଏହି ଭାଷାର ବ୍ୟବହାର କରୁଛନ୍ତି । ଏହି ଭାଷାରେ କଥାବାର୍ତ୍ତା କରୁଥିବା ମହିଳା ଜଣଙ୍କ ହେଉଛନ୍ତି କ୍ରିଷ୍ଟିନା କାଳଡ୍ରାଏରନ । ସ୍ଥାନୀୟ ଲୋକେ କିନ୍ତୁ ତାଙ୍କୁ ଅବ୍ଝୁଝଲା ନାଁରେ ଡାକନ୍ତି । ଅବଝୁଲା ହେଉଛି ଏକ ସ୍ପେନିସ ଶବ୍ଦ । ଯାହାର ଅର୍ଥ ହେଉଛି ଦାଦି ମା” ବା ଜେଜେ ମା’ ।

yaghan

କ୍ରିଷ୍ଟିନାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ କିନ୍ତୁ ଇଂରାଜୀ ଭାଷାରେ କଥାବାର୍ତ୍ତା କରନ୍ତି । ତାଙ୍କ ପରିବାର ସଦସ୍ୟ ମାନେ କ୍ରିଷ୍ଟିନାଙ୍କ ଭାଷା ବୁଝିପାରୁଥିଲେ ମଧ୍ୟ ଏଥିରେ କଥା ହୋଇପାରନ୍ତି ନାହିଁ । “ୟଘାନ” ପରି ଏକ ବିଲୁପ୍ତ ପ୍ରାୟ ଭାଷାରେ କଥା ହେଉ ପାରୁଥିବାରୁ ତାଙ୍କୁ ଅନେକ ଥର ସମ୍ମାନିତ କରାଯାଇଛି । ୨୦୦୯ ରେ ଚି଼ଲ୍ଲୀ ସରକାର Living Human Treasure ଉପାଧି ଦେଇଛନ୍ତି । ଏହି ଏକ ଭାଷା ନୁହେଁ ଏକ ବଂଜାରା ସମୁଦାୟର ନାଁ ବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.