ଫେଷ୍ଟିଭ ସିଜିନରେ କାର କିଣିଲେ ମିଳୁଛି ଜବରଦସ୍ତ ଅଫର, Honda କାରରେ ମିଳୁଛି ଅଢେଇ ଲକ୍ଷ ଟଙ୍କାର ଡିସକାଉଣ୍ଟ

ଫେଷ୍ଟିଭ ସିଜିନ ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କୁ ଆତ୍କଷ୍ଟ କରିବା ପାଇଁ ବିଭିନ୍ନ ଅଟୋ କମ୍ପାନୀ ଏବେ ଭିନ୍ନ ଭିନ୍ନ ଅଫର ଦେଉଛନ୍ତି। ଗତ କିଛି ଦିନ ହେଲାଣି ଦେଶର ପ୍ରାୟ ବଡ ବଡ ଅଟୋ କମ୍ପାନୀ ରିହାତି ଏବଂ ଅଫର ଘୋଷଣା କରିଛନ୍ତି। ଏବେ ହୋଣ୍ଡା ମଧ୍ୟ ନିଜ କାର କିଣିବାରେ ଗ୍ରାହକଙ୍କୁ ବଡ ଅଫର ଦେଉଛି।

କାର ପ୍ରସ୍ତୁତ କରୁଥିବା ଜାପାନ କମ୍ପାନୀ ହୋଣ୍ଡାର ନୂଆ କାର କିଣିଲେ ୨.୫୦ ଲକ୍ଷ ଟଙ୍କାର ବମ୍ପର ଅଫର ଦେଉଛି। ଏହି ଅଫର ଅଲଗା ଅଲଗା କ୍ୟାଟେଗୋରୀରେ ସର୍ତ୍ତ ଅନୁଯାୟୀ ମିଳୁଛି। ଏହି ଅଫରର ଲାଭ ହୋଣ୍ଡା ଆମେଜ, ୫ ଜେନେରେସନ ସିଟି, ଜାଜ୍‌, ଡବ୍ଲ୍ୟୁଆରଭି ଏବଂ ସିଭିକ କିଣିବାରେ ମିଳୁଛି। ଗ୍ରାହକ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇପାରିବେ।

honda car

କମ୍ପାନୀର ଏହି ଅଫର ଅନୁଯାୟୀ, ହୋଣ୍ଡା ସିଭିକ କାରରେ ଅଢେଇ ଲକ୍ଷ ପର୍ଯ୍ୟନ୍ତ ରିହାତି ଅଫର ମିଳୁଛି। ସେହିପରି ୫ ଜେନେରେସନ ସିଟି କିଣିବାର ଗ୍ରାହକଙ୍କୁ ୩୦ ହଜାର ପର୍ଯ୍ୟନ୍ତ ରିହାତି ମିଳିବ। ଯଦି ଆପଣଙ୍କର ହୋଣ୍ଡା କାର ପୂର୍ବରୁ ଅଛି, ତେବେ ଗ୍ରାହକଙ୍କୁ ଲୟାଲିଟି ବୋନସ ଏବଂ ପୁରୁଣା ହୋଣ୍ଡା କାର ବିକ୍ରି କରିବାରେ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଅଫରର ଅତିରିକ୍ତ ଲାଭ ମିଳିବ। ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ହୋଣ୍ଡା କାର କିଣିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.