ତିରୁପତି ମନ୍ଦିରର ଲଡୁ ତିଆରି ରୋଷଶାଳାରେ ଲାଗିଲା ନିଆଁ, ଲକ୍ଷାଧିକ ସମ୍ପତ୍ତି ହୋଇଗଲା ନଷ୍ଟ

ଆନ୍ଧ୍ରପ୍ରଦେଶ: ତିରୁପତିର ଶ୍ରୀଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ପାଇଁ ପ୍ରସାଦ ବୁନ୍ଦି ଓ ଲଡ୍ଡୁ ପ୍ରସ୍ତୁତ ହେଉଥିବା ରୋଷେଇଶାଳାରେ  ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି। ରୋଷେଇଶାଳାରେ ହଠାତ ନିଆଁ ଲାଗି ଭିତରର ଅନ୍ୟ ଜାଗାକୁ ବ୍ୟାପିବାକୁ ଲାଗିଥିଲା । ଏହି ଘଟଣା ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ତୁରନ୍ତ ସେଠାକୁ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ରୋଷେଇ ଘରେ ଲାଗିଥିବା ଚିମିନିରେ ପ୍ରବଳ ଧୂଆଁ ଓ ନିଆଁ ବାହାରୁ ଥିବାର ଦେଖି ରୋଷଶାଳାରେ ନିଆଁ ଲାଗିଛି ବୋଲି ଜଣା ପଡିଥିଲା।

ଏହି ନିଆଁ  ଲାଗିଥିବା  କାରଣରୁ ରୋଷଶାଳାରେ ବ୍ୟବହ୍‌ତ ହେଉଥିବା  ବାସନ, ଘିଅ, ଓ ଲୁଡୁ ପାଇଁ ବ୍ୟବହାର ହେଉଥିବା  ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଥିବାର ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ  କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି। ଯେତେବେଳେ ରୋଷଶାଳାରେ ନିଆଁ  ଲଗିଥିଲା  ସେତେବେଳେ ସେଠାରେ  କାମ  କରୁଥିବା ସମସ୍ତ କର୍ମଚାରୀ  ଦୌଡି ପଳାଇ ଆସିଥିଲେ । କୁହାଯାଉଛି ରୋଷଘରର ତାପମାତ୍ର ବଢି ରହିଥିବାରୁ ନିଆଁ ରୋଷେଇଘରେ ଥିବା ଘିଅ ଡବାବୁ ଧରି ନେଇଥିଲା। ପରେ ଏହା ରୋଷଘରର କିଛି ଜାଗାରେ  ବ୍ୟାପିଯାଇଥିଲା।

 

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

3 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

16 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

25 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

28 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago