Below header

ତିରୁପତି ମନ୍ଦିରର ଲଡୁ ତିଆରି ରୋଷଶାଳାରେ ଲାଗିଲା ନିଆଁ, ଲକ୍ଷାଧିକ ସମ୍ପତ୍ତି ହୋଇଗଲା ନଷ୍ଟ

ଆନ୍ଧ୍ରପ୍ରଦେଶ: ତିରୁପତିର ଶ୍ରୀଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ପାଇଁ ପ୍ରସାଦ ବୁନ୍ଦି ଓ ଲଡ୍ଡୁ ପ୍ରସ୍ତୁତ ହେଉଥିବା ରୋଷେଇଶାଳାରେ  ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି। ରୋଷେଇଶାଳାରେ ହଠାତ ନିଆଁ ଲାଗି ଭିତରର ଅନ୍ୟ ଜାଗାକୁ ବ୍ୟାପିବାକୁ ଲାଗିଥିଲା । ଏହି ଘଟଣା ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ତୁରନ୍ତ ସେଠାକୁ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ରୋଷେଇ ଘରେ ଲାଗିଥିବା ଚିମିନିରେ ପ୍ରବଳ ଧୂଆଁ ଓ ନିଆଁ ବାହାରୁ ଥିବାର ଦେଖି ରୋଷଶାଳାରେ ନିଆଁ ଲାଗିଛି ବୋଲି ଜଣା ପଡିଥିଲା।

tirupati kitchen fireଏହି ନିଆଁ  ଲାଗିଥିବା  କାରଣରୁ ରୋଷଶାଳାରେ ବ୍ୟବହ୍‌ତ ହେଉଥିବା  ବାସନ, ଘିଅ, ଓ ଲୁଡୁ ପାଇଁ ବ୍ୟବହାର ହେଉଥିବା  ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଥିବାର ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ  କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି। ଯେତେବେଳେ ରୋଷଶାଳାରେ ନିଆଁ  ଲଗିଥିଲା  ସେତେବେଳେ ସେଠାରେ  କାମ  କରୁଥିବା ସମସ୍ତ କର୍ମଚାରୀ  ଦୌଡି ପଳାଇ ଆସିଥିଲେ । କୁହାଯାଉଛି ରୋଷଘରର ତାପମାତ୍ର ବଢି ରହିଥିବାରୁ ନିଆଁ ରୋଷେଇଘରେ ଥିବା ଘିଅ ଡବାବୁ ଧରି ନେଇଥିଲା। ପରେ ଏହା ରୋଷଘରର କିଛି ଜାଗାରେ  ବ୍ୟାପିଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.