Below header

ଦ୍ୱିତୀୟ ଟି-୨୦ : ବଡ଼ ବଡ଼ ମାରିଲେ ଫ୍ଲପ୍‌, ଦୁବେ ଓ ପନ୍ତ ରଖିଲେ ସମ୍ମାନ

ତିରୁବନନ୍ତ ପୁରମ୍‌ : ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଶିବମ୍‌ ଦୁବେ ଓ ଋଷଭ ପନ୍ତ ଭାରତୀୟ ଦଳର ସମ୍ମାନ ରଖିଲେ । େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦ ଓଭର୍‌ରେ ଭାରତ ୭ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଛି ।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସବୁ ବଡ଼ ବଡ଼ ବ୍ୟାଟ୍‌ସମ୍ୟାନ୍‌ ଫ୍ଲପ୍‌ ମାରିଥିବା ବେଳେ ତିନି ନମ୍ବରରେ ଆସି ଦୁବେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୦ ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାର ୫୪ ରନ୍‌ କରିଥିଲେ । ଲଗାତର ଭାବେ ଫ୍ଲପ୍‌ ହେବା ପରେ ଆଜି ପନ୍ତ କିନ୍ତୁ ଦୃଢ଼ ବ୍ୟାଟିଂ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୨ ବଲ୍‌ରେ ୩୩ ରନ୍‌ (୩ ଚୌକା, ୧ ଛକା) କରିଛନ୍ତି ।
ଓପ୍ନର ରୋହିତ ଶର୍ମା ୧୫, କେ.ଏଲ୍‌ ରାହୁଲ ୧୧, ଅଧିନାୟକ ବିରାଟ କୋହଲି ୧୯, ଶ୍ରେୟସ୍‌ ଆୟର ୧୦, ଜାଡେଜା ୯, ଓ୍ଵାଶିଂଟନ୍‌ ସୁନ୍ଦର କୌଣସି ରନ୍‌ ନକରି ଆଉଟ୍‌ ହୋଇଥିଲେ । ଇଣ୍ଡିଜ୍‌ ପକ୍ଷରୁ ଓ୍ଵିଲିୟମ୍‌ସ ଓ ଓ୍ଵାଲ୍ସ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.