Below header

ଘରେ ଶୋଇଥିଲେ ଗ୍ରାହକ, ଏଣେ ଏଟିଏମ୍‌ରୁ ଟଙ୍କା ଖାଲି ହୋଇଗଲା

ଯାଜପୁର ରୋଡ଼ (କେ ନ୍ୟୁଜ୍‌) : ଯାଜପୁରରେ ବଢ଼ି ଚାଲିଛି ଏଟିଏମ୍‌ ଠକେଇ ଘଟଣା । ଚାହୁଁ ଚାହୁଁ ଖାଲି ହୋଇଯାଉଛି ଆକାଉଣ୍ଟ । ନିଜ ପାଖରେ ଏଟିଏମ୍‌ କାର୍ଡ ଥାଇ ମଧ୍ୟ ଠକାମୀର ଶିକାର ହେଉଛନ୍ତି ଗ୍ରାହକ । ଏପରି ଠକାମୀର ଶିକାର ହୋଇଛନ୍ତି ଯାଜପୁର ଯଖପୁରା ଅଞ୍ଚଳର ତରୁଣ କୁମାର ଧଳ । ସେ ଘରେ ଶୋଇଥିବା ବେଳେ ହଠାତ୍‌ ତାଙ୍କ ମୋବାଇଲ୍‌କୁ ଟଙ୍କା ଉଠା ଯାଇଥିବା ନେଇ ମେସେଜ୍‌ ଆସିଲା । ମାତ୍ର ୧୦ ମିନିଟ୍‌ରେ ଯାଜପୁର ଓ ସମ୍ବଲପୁରର ଏଟିଏମ୍‌ରୁ ୬୦ ହଜାର ଟଙ୍କା ଉଠାଯାଇ ଟ୍ରାନ୍ସଫର ହୋଇଗଲା । ଏଟିଏମ୍‌ ବ୍ଲକ କରିବା ପୂର୍ବରୁ ସବୁ କିଛି ଖାଲି ହୋଇ ଯାଇଥିଲା । ଏନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି, ଲୁଟ୍‌ ନେଇ ଏଟିଏମ୍‌ ସୁଇଚ୍‌ ସେଣ୍ଟରରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ATM-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.