Below header

ସମ୍ବଲପୁରରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ପୋଲିସ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଅଇଁଠାପାଲି ଥାନା ଅନ୍ତର୍ଗତ ଡେନସର୍ଗିଠାରେ ମହିଳାଙ୍କୁ ୪ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ହୀରାକୁଦ ଅଞ୍ଚଳର ବୋଲି ଜଣା ପଡ଼ିଛି। କୌଣସି କାମରେ ସେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ବରେଇପାଲିକୁ ଆସିଥିଲେ। କାମ ସାରି ଫେରିବା ବାଟରେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡ଼ି ଦେବେ କହି ବାଇକରେ ନେଇଥିଲେ। ଡେନସର୍ଗି ନିକଟରେ ମହିଳାଙ୍କ ସହ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଆଉ ଦୁଇ ଜଣ ଯୁବକ ବି ଦୁଷ୍କର୍ମ କରିଥିଲେ। ପରେ ବରେଇପାଲି ନିକଟରେ ମହିଳାଙ୍କୁ ଫିଙ୍ଗି ଚାଲି ଯାଇଥିଲେ ଚାରି ଜଣ ଯୁବକ। ଆଜି ସକାଳେ ସ୍ଥାନୀୟ ଲୋକ ଏସମ୍ପର୍କରେ ଅଇଁଠାପାଲି ପୋଲିସକୁ ଖବର ଦେଇଥିଲେ। ମହିଳାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ। ସନ୍ଧ୍ୟାରେ ଚେତା ଫେରିବା ପରେ ରାତି ସାରା ତାଙ୍କ ସହ ହୋଇଥିଲା ଦୁଷ୍କର୍ମ ସମ୍ପର୍କରେ ସେ ପୋଲିସକୁ ସୂଚନା ଦେଇଥିଲେ। ଏହି ଘଟଣାରେ ୪ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.