ଦେଶ ବିଦେଶ

ଦେଖନ୍ତୁ ‘ବନ୍ଦେ ଭାରତ ମେଟ୍ରୋ’ର ପ୍ରଥମ ଝଲକ୍‌, ଜଲ୍‌ଦି ଲଞ୍ଚିଂ ପାଇଁ ଚାଲିଛି ପ୍ରସ୍ତୁତି

ବହୁତ ଜଲ୍‌ଦି ଦେଶରେ ଗଡ଼ିବ ‘ବନ୍ଦେ ଭାରତ ମେଟ୍ରୋ’ ଟ୍ରେନ । ରେଳବାଇ ଚଳିତ ବର୍ଷ ଜୁଲାଇରୁ ବନ୍ଦେ ଭାରତ ମେଟ୍ରୋକୁ ଟ୍ରାକ୍‌ରେ ଆଣିବାକୁ ପ୍ରସ୍ତୁତି ଚଳାଇଛି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି ଟ୍ରେନ୍‌କୁ ମୁମ୍ବାଇ ଲୋକାଲ୍‌ ସ୍ଥାନରେ ଚଲାଯାଇପାରେ । ଏଥିରେ ୪, ୮, ୧୨ ଏବଂ ୧୬ଟି କୋଚ୍ ରହିପାରିବ । ଯଦିଓ ଏହି ଟ୍ରେନ୍‌କୁ ମୁମ୍ବାଇରେ ୧୨ଟି କୋଚ୍ ସହିତ ଆରମ୍ଭ କରାଯିବ । ସମ୍ପୂର୍ଣ୍ଣ ଏସି ଟ୍ରେନର ସର୍ବାଧିକ ଗତି ରହିବ ୧୩୦ କିଲୋମିଟର ।

ଏହାରି ଭିତରେ ମଙ୍ଗଳବାର ଭାରତ ନିର୍ମିତ ବନ୍ଦେ ମେଟ୍ରୋର ପ୍ରଥମ ଝଲକ୍‌ ଦେଖିବାକୁ ମିଳିଛି । ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ ସ୍ୱଦେଶୀ ଏହି ଟ୍ରେନ୍‌କୁ ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରିରେ ତିଆରି କରାଯାଇଛି, ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଫ୍ୟାକ୍ଟ୍ରି ଭିତରେ ଟ୍ରେନ୍‌ ରହିଥିବାର ଦେଖାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ୍‌କୁ ମୁମ୍ବାଇରେ ଆରମ୍ଭ କରାଯିବ । କାରଣ, ମୁମ୍ବାଇରେ ଲୋକାଲ୍‌ ଟ୍ରେନ୍‌ର ଚାହିଦା ବହୁତ ଅଧିକ । ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀ, ଚେନ୍ନାଇ ଏବଂ କୋଲକାତାରେ ମେଟ୍ରୋ ଚଳାଇବାକୁ ଯୋଜନା କରାଯାଇଛି । ମୁମ୍ବାଇରେ ଚାଲିବାକୁ ଥିବା ଟ୍ରେନ ବଗିରେ ଦିଲ୍ଲୀ ମେଟ୍ରୋ ଭଳି ବସିବାର ବ୍ୟବସ୍ଥା ରହିବ । ତେବେ ବଗିଗୁଡ଼ିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି, ଯେପରି ଅଧିକରୁ ଅଧିକ ଯାତ୍ରୀ ଛିଡା ହୋଇ ଯାତ୍ରା କରିପାରିବେ ।

ମେଟ୍ରୋ ପରି ଏହି ଟ୍ରେନରେ ଟିକେଟ୍ ନେଇ ଯାତ୍ରା କରାଯାଇପାରିବ । ଟିକେଟ୍ ରିଜର୍ଭ କରାଇବାର ଆବଶ୍ୟକତା ରହିବ ନାହିଁ । କାରଣ, ଟ୍ରେନ୍‌ଗୁଡ଼ିକୁ ସ୍ୱଳ୍ପ ଦୂରତା ପାଇଁ ଚଲାଯିବ । ବର୍ତ୍ତମାନ ଭଡ଼ା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ରେଳ ଅଧିକାରୀ ସୂଚନା ଦେଇଛନ୍ତି ଯେ ଟ୍ରେନର ଭଡା କମ୍ ହିଁ ରହିବ ।

ବନ୍ଦେ ମେଟ୍ରୋ ୧୦୦ରୁ ୨୫୦ କିଲୋମିଟରରୁ କମ୍ ଦୂରତା ବିଶିଷ୍ଟ ସହର ମଧ୍ୟରେ ଚାଲିବାକୁ ଯୋଜନା ରହିଛି । ଏଥିମଧ୍ୟରେ ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା, ଦିଲ୍ଲୀ-ରେୱାଡ଼ି, ଭୁବନେଶ୍ୱର-ବାଲେଶ୍ୱର ଏବଂ ତିରୁପତି-ଚେନ୍ନାଇ ଅନ୍ତର୍ଭୁକ୍ତ । ପ୍ରାରମ୍ଭରେ ୫୦ଟି ମେଟ୍ରୋ ଟ୍ରେନ୍‌ ଆରମ୍ଭ କରିବାକୁ ଯୋଜନା କରାଯାଇଥିବା ପରେ ଏହାକୁ ବଢ଼ାଇ ୪୦୦ କରାଯିବ ।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

4 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

29 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

33 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

35 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

41 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

53 mins ago