ଦେଶ ବିଦେଶ

ଆଜି ଛତିଶଗଡ଼ ଓ ମିଜୋରମରେ ମତଦାନ, ବିଧାନସଭା ‌ଭୋଟ୍‌ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ୨୦ ବିଧାନସଭା ଆସନରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏମାନଙ୍କ ମଧ୍ୟରେ ୨୫ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଭୋଟିଂ ପାଇଁ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୧୮୧ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ଲାଗି ୨୨୩ ପ୍ରାର୍ଥୀ ଲଢୁଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୦ ଆସନ ଲାଗି ୯୫୮ ଜଣ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବସ୍ତରର ୭ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଏବଂ ଅନ୍ୟ ୪ଟି ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଚିତ୍ରକୋଟ ଆସନରୁ କଂଗ୍ରେସ ପିସିସି ସଭାପତି ତଥା ସାଂସଦ ଦିପକ ବାଜି, କୋଣ୍ଟାରୁ ମନ୍ତ୍ରୀ କୱାସି ଲଖମା, କୋଣ୍ଡାଗାଓଁରୁ ମୋହନ ମକରାମ, ଦାନ୍ତେୱାଡା ଆସନରୁ ଛବିନ୍ଦ୍ର କର୍ମା। ସେହିପରି ବିଜେପିର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରାଜନନ୍ଦଗାଁଓ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ନାରାୟଣପୁରରୁ କେଦାର କଶ୍ୟପ, ବିଜାପୁରରୁ ମହେଶ ଗାଗଡା ରହିଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସେପଟେ ଆଜି ମିଜୋରମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ରାଜ୍ୟର ୮ଲକ୍ଷ ୫୨ ହଜାରରୁ ଅଧିକ ଭୋଟର ୧୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ୧୨୭୬ଟି ପୋଲିଂ ବୁଥ ଗଠନ ହୋଇଛି। ସୁରୁଖୁରୁରେ ନିର୍ବାଚନ କରାଇବା ପାଇଁ ୫୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି। ରାଜ୍ୟର ୩୦ଟି ପୋଲିଂ ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ନେତୃତ୍ୱରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଆଶା ବାନ୍ଧିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ଜୋରାମ ପିପୁଲ୍ସ ମୁଭମେଣ୍ଟ ଓ କଂଗ୍ରେସ ନିର୍ବାଚନରେ ଜିତି କ୍ଷମତା ହାସଲ କରିବା ନେଇ ଆଶାବାଦୀ ଅଛନ୍ତି। ସେହିପରି ୨୩ଟି ଆସନରେ ଲଢୁଥିବା ବିଜେପି ଓ ୪ଟି ଆସନରେ ଲଢୁଥିବା ଆପ୍ ମଧ୍ୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ମତଦାନ ପୂର୍ବରୁ ବହୁ ପରିମାଣରେ ବ୍ରାଉଫନ ସୁଗାର ଓ ୪୦ କୋଟି ଟଙ୍କା ଜବତ ହୋଇଛି।

Barsha

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

6 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

14 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

20 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

29 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

31 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

38 mins ago