ଦେଶ ବିଦେଶ

ବର୍ତ୍ତମାନର ପାଞ୍ଚଟି ପ୍ରମୁଖ ଖବର ଉପରେ ନଜର ପକାନ୍ତୁ

୧-ଆତଙ୍କବାଦୀଙ୍କୁ ପାକିସ୍ତାନ ସହଯୋଗ କରୁଥିବାର ଆଉ ଏକ ପ୍ରମାଣ ମିଳିଛି ଜମ୍ମୁ କଶ୍ମୀରର କଠୁଆ ଅଞ୍ଚଳରେ । ଭାରତରେ ଅସ୍ଥିରତା ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କୁ ଏକ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ଯୋଗାଇବା ବେଳେ ତାହାକୁ ସୀମା ସୁରକ୍ଷା ବାହିନୀ ଗୁଳି କରି ଖସାଇ ଦେଇଛନ୍ତି । ଏଥିରୁ ଏକ ଆମେରିକା ତିଆରି ଏମ୍‌-୪ ରାଇଫଲ୍‌, ଦୁଇଟି ମାଗାଜିନ୍ ଏବଂ ଆଉ କିଛି ଅସ୍ତ୍ର ଏଥିରେ ରହିଥିଲା । ଆତଙ୍କବାଦୀ ଅଲୀ ଭାଇ ଦାଁ ଏହି ଡ୍ରେନ୍‌ରେ ଲେଖା ରହିଛି ।

୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିଛନ୍ତି । ଗ୍ରାମାଞ୍ଚଳରେ ପ୍ରବାସୀମାନଙ୍କୁ କାମ ଯୋଗାଇ ସେମାନ ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଏହା ହେଉଛି କେନ୍ଦ୍ର ସରକାରଙ୍କ ଏକ ଅଭିନବ ଯୋଜନା । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ଏହି ଯୋଜନା କାର‌୍ୟ୍ୟକାରୀ ହେବ ।

୩-ଭାରତ ବିରୋଧରେ ଚୀନ୍ ତାର ଷଡ଼ଯନ୍ତ୍ର ଚଳାଇ ଚାଲିଛି । ଲଦାଖ ଘଟଣା ପରେ ମଧ୍ୟ ସମ୍ପର୍କ ବିଗାଡ଼ିବା ଚକ୍କରରେ ରହିଛି । ଭାରତର ପଡ଼ୋଶୀ ନେପାଳକୁ ସୀମା ବିବାଦ ଜରିଆରେ ଉସକାଇ ବିଫଳ ହେବା ପରେ ଏବେ ବାଂଲାଦେଶକୁ ଉସୁକାଉଛି ।

୪-ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବଜାଲଙ୍କ ନିର୍ଦ୍ଦେଶ । ଆଉ କରୋନା ସଂକ୍ରମିତ ରୋଗୀ ଘରେ ରହି ପାରିବେ ନାହିଁ । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ଲାଗି ବ୍ୟବସ୍ଥା କରିବାକୁ ଦିଲ୍ଲୀ ସରକାରଙ୍କୁ କୁହାଯାଇଛି ।

୫-ରାଜ୍ୟରେ ଏଣିକି PG ଓ UGରେ ୨୫ ପ୍ରତିଶତ self study ବ୍ୟବସ୍ଥା ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ। ପାଠକୁ ନେଇ ଛାତ୍ରଛାତ୍ରୀଙ୍କ ସନ୍ଦେହ ମୋଚନ ବା doubt clear ପାଇଁ ୪ରୁ ୫ଟି କ୍ଲାସ ହେବ । ସେମାନେ କଲେଜ ଆସି doubt clear କରି ପାରିବେ। ଗୋଟିଏ ପେପରରେ ୪ଟି ୟୁନିଟ ରହିଛି । ଦ୍ୱିତୀୟ ୟୁନିଟ୍‌ରେ ସେଲ୍ଫ ଷ୍ଟଡି ରହିବ। ଏଥିରେ ନିଜେ ପାଠପଢା ପାଇଁ ଛାତ୍ରଛାତ୍ରୀମାନେ ମନ ବଳାଇବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago