ଦେଶ ବିଦେଶ

ଆମେରିକା ଡାକ୍ତର ପାଇଲେ କରୋନା ଚିକିତ୍ସାର ରାଜ୍‌ : କହିଲେ, ଶତ ପ୍ରତିଶତ ରୋଗୀଙ୍କୁ ଭଲ କରି ହେବ

ଆମେରିକା ଫ୍ଲୋରିଡାର ଡାକ୍ତରମାନେ ଏବେ କରୋନା ଭାଇରସ ପାଇଁ ଉପଯୁକ୍ତ ଥେରାପି(ଚିକିତ୍ସା ପଦ୍ଧତି) ପ୍ରସ୍ତୁତ କରିଥିବା ଦାବି କରିଛନ୍ତି । ଯାହାକି ଶତ ପ୍ରତିଶତ ରୋଗୀଙ୍କୁ ଭଲ କରିପାରିବ । ଆମେରିକା ଫ୍ଲୋରିଡା ଏଡ୍‌େଓ୍ଵଣ୍ଟ ହେଲ୍ଥ ହସ୍‌ପିଟାଲର ଡାକ୍ତରମାନେ କହିଛନ୍ତି ଯେ ସେମାନେ ୪ ପ୍ରକାର ଔଷଧକୁ ମିଶାଇ ଏକ ଚିକିତ୍ସା ପଦ୍ଧତି ପ୍ରସ୍ତୁତି କରିଛନ୍ତି । ଯାହାର ନାମ ରଖିଛନ୍ତି ଆଇସିଏଏମ୍‌(ICAM) ପଦ୍ଧତି । ଏହି ଥେରାପି ଦ୍ୱାରା ପ୍ରତିରୋଧକ(ଇମ୍ୟୁନିଟି) ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ସୃଷ୍ଟି ବି କରାଯାଇଥାଏ ।

 

ଏକ ରିପୋର୍ଟ ଅନୁଯାୟୀ ଡାକ୍ତରମାନେ ପ୍ରତିରୋଧକ ବ୍ୟବସ୍ଥାକୁ ବୃଦ୍ଧି କରବା ସହ ଫୁସ୍‌ଫୁସ୍‌କୁ ସଂକ୍ରମଣରୁ ମଧ୍ୟ ରକ୍ଷା କରାଯାଇଥାଏ । ଏହି ଥେରାପିର କ୍ଳିନିକାଲ ଟ୍ରାଏଲ୍‌ ଆରମ୍ଭ ହୋଇଯାଇଛି । ଏହା ସକରାତ୍ମକ ଫଳ ଦେବ ବୋଲି ଡାକ୍ତରମାନେ ଆଶା ରଖିଛନ୍ତି । କ୍ଲିନିକାଲ୍‌ ଟ୍ରାଏଲରେ ଯଦି ଥେରପି ସୁରକ୍ଷିତ ଓ ପ୍ରଭାବଶାଳୀ ବୋଲି ଜଣାଗଲା ତେବେ ବିନା ହସ୍‌ପିଟାଲ୍‌ରେ ଭର୍ତ୍ତି କରିବି ଏହି ଥେରାପି ଦ୍ୱାରା ରୋଗୀଙ୍କୁ ଭଲ କରାଯାଇପାରେ ।

ପ୍ରକାଶଯୋଗ୍ୟ ଯେ ଏପର୍ଯ୍ୟନ୍ତ ଏମିତି କୈାଣସି ଔଷଧ ବାହିରି ନାହିଁ ଯେ ଗମ୍ଭୀର କରୋନା ରୋଗୀଙ୍କୁ ବଞ୍ଚାଇ ହେବ । କ୍ଲିନିକାଲ ଟ୍ରାଏଲ ପରେ ଔଷଧ ବିଷୟରେ ଯାହା କିଛି କୁହାଯାଇ ପାରିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । ଗବେଷକମାନେ ଅପ୍ରେଲ ମାସରୁ ଏହି ଥେରାପି ଉପରେ କାମ ଆରମ୍ଭ କରିଛନ୍ତି । ଏହି ନୂତନ ଥେରାପିରେ ୯୬.୪ ପ୍ରତିଶତ ରୋଗୀଙ୍କୁ ଭଲ କରିହେବ ବୋଲି ଗବେଷକମାନେ କହିଛନ୍ତି ।

ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ICAM କୈାଣସି ଔଷଧ ନୁହେଁ ବରଂ ଏକ ଥେରାପି ବା ପଦ୍ଧତି । ଏଥିରେ ୪ଟି ଔଷଧକୁ ଏକ ସଙ୍ଗେ ପ୍ରୟୋଗ କରାଯାଇଛି । ଏଥିରେ (ଭିଟାମିନ୍‌ ସି ଓ ଜିଙ୍କ୍‌), Corticosteroids, Anticoagulants ଏବଂ Macrolides ଭଳି ଔଷଧ ସାମିଲ ରହିଛି ।

 

Niharanjan

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

2 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

5 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

38 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

40 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago