ଆମେରିକା ଡାକ୍ତର ପାଇଲେ କରୋନା ଚିକିତ୍ସାର ରାଜ୍ : କହିଲେ, ଶତ ପ୍ରତିଶତ ରୋଗୀଙ୍କୁ ଭଲ କରି ହେବ

ଆମେରିକା ଫ୍ଲୋରିଡାର ଡାକ୍ତରମାନେ ଏବେ କରୋନା ଭାଇରସ ପାଇଁ ଉପଯୁକ୍ତ ଥେରାପି(ଚିକିତ୍ସା ପଦ୍ଧତି) ପ୍ରସ୍ତୁତ କରିଥିବା ଦାବି କରିଛନ୍ତି । ଯାହାକି ଶତ ପ୍ରତିଶତ ରୋଗୀଙ୍କୁ ଭଲ କରିପାରିବ । ଆମେରିକା ଫ୍ଲୋରିଡା ଏଡ୍େଓ୍ଵଣ୍ଟ ହେଲ୍ଥ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ସେମାନେ ୪ ପ୍ରକାର ଔଷଧକୁ ମିଶାଇ ଏକ ଚିକିତ୍ସା ପଦ୍ଧତି ପ୍ରସ୍ତୁତି କରିଛନ୍ତି । ଯାହାର ନାମ ରଖିଛନ୍ତି ଆଇସିଏଏମ୍(ICAM) ପଦ୍ଧତି । ଏହି ଥେରାପି ଦ୍ୱାରା ପ୍ରତିରୋଧକ(ଇମ୍ୟୁନିଟି) ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ସୃଷ୍ଟି ବି କରାଯାଇଥାଏ ।
ଏକ ରିପୋର୍ଟ ଅନୁଯାୟୀ ଡାକ୍ତରମାନେ ପ୍ରତିରୋଧକ ବ୍ୟବସ୍ଥାକୁ ବୃଦ୍ଧି କରବା ସହ ଫୁସ୍ଫୁସ୍କୁ ସଂକ୍ରମଣରୁ ମଧ୍ୟ ରକ୍ଷା କରାଯାଇଥାଏ । ଏହି ଥେରାପିର କ୍ଳିନିକାଲ ଟ୍ରାଏଲ୍ ଆରମ୍ଭ ହୋଇଯାଇଛି । ଏହା ସକରାତ୍ମକ ଫଳ ଦେବ ବୋଲି ଡାକ୍ତରମାନେ ଆଶା ରଖିଛନ୍ତି । କ୍ଲିନିକାଲ୍ ଟ୍ରାଏଲରେ ଯଦି ଥେରପି ସୁରକ୍ଷିତ ଓ ପ୍ରଭାବଶାଳୀ ବୋଲି ଜଣାଗଲା ତେବେ ବିନା ହସ୍ପିଟାଲ୍ରେ ଭର୍ତ୍ତି କରିବି ଏହି ଥେରାପି ଦ୍ୱାରା ରୋଗୀଙ୍କୁ ଭଲ କରାଯାଇପାରେ ।
ପ୍ରକାଶଯୋଗ୍ୟ ଯେ ଏପର୍ଯ୍ୟନ୍ତ ଏମିତି କୈାଣସି ଔଷଧ ବାହିରି ନାହିଁ ଯେ ଗମ୍ଭୀର କରୋନା ରୋଗୀଙ୍କୁ ବଞ୍ଚାଇ ହେବ । କ୍ଲିନିକାଲ ଟ୍ରାଏଲ ପରେ ଔଷଧ ବିଷୟରେ ଯାହା କିଛି କୁହାଯାଇ ପାରିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । ଗବେଷକମାନେ ଅପ୍ରେଲ ମାସରୁ ଏହି ଥେରାପି ଉପରେ କାମ ଆରମ୍ଭ କରିଛନ୍ତି । ଏହି ନୂତନ ଥେରାପିରେ ୯୬.୪ ପ୍ରତିଶତ ରୋଗୀଙ୍କୁ ଭଲ କରିହେବ ବୋଲି ଗବେଷକମାନେ କହିଛନ୍ତି ।
ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ICAM କୈାଣସି ଔଷଧ ନୁହେଁ ବରଂ ଏକ ଥେରାପି ବା ପଦ୍ଧତି । ଏଥିରେ ୪ଟି ଔଷଧକୁ ଏକ ସଙ୍ଗେ ପ୍ରୟୋଗ କରାଯାଇଛି । ଏଥିରେ (ଭିଟାମିନ୍ ସି ଓ ଜିଙ୍କ୍), Corticosteroids, Anticoagulants ଏବଂ Macrolides ଭଳି ଔଷଧ ସାମିଲ ରହିଛି ।