ଆସିଲା ବିଧାନସଭା କୋଭିଡ୍ ଟେଷ୍ଟିଂ ରିପୋର୍ଟ, ୭୫୮ ଜଣ ବିଧାୟକରୁ ୧୩୬ ଜଣ କରୋନା ପଜିଟିଭ୍

ଭୁବନେଶ୍ଵର(କେନ୍ୟୁଜ ବ୍ୟୁରୋ): ବିଧାନସଭା କୋଭିଡ୍ ଟେଷ୍ଟିଂ ରିପୋର୍ଟ । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆସିଲା ବିଧାନସଭା କୋଭିଡ୍ ଟେଷ୍ଟିଂ ରିପୋର୍ଟ । ୭୫୮ ଜଣ ବିଧାୟକ, ବିଧାନସଭା କର୍ମଚାରୀଙ୍କ କୋଭିଡ ନମୁନା ପରୀକ୍ଷା କରାଯାଇଥିଲା । ୫୦୦ ଜଣଙ୍କ କୋଭିଡ୍ ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରୁ ୧୩୬ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଗତକାଲିଠୁ ଆରମ୍ଭ ହୋଇଥିବା କୋଭିଡ୍ ପରୀକ୍ଷା ଆସନ୍ତାକାଲି ମଧ୍ୟ ବାକି ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରାଯିବ ।