କାଳ ହେଲା ପିଲାଙ୍କ କଳି, ପୂର୍ବ ଶତ୍ରୁତାରୁ ଭୂଜାଲି ମାଡ

ପାରାଦୀପ(କେନ୍ୟୁଜ ବ୍ୟୁରୋ): ପିଲାଙ୍କ କଳିରୁ ଭୂଜାଲି ମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୂଜାଲି ମାଡ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ପାରାଦୀପ ଥାନା ଅଧିନ ଅଠରବାଙ୍କି ରେଲେଓ କଲୋନୀରେ । ଭୁଜାଲି ମାଡରେ ଗୁରୁତର ହୋଇଛନ୍ତି ରେଲୱେ କଲୋନୀର ବିଜୟ ସାହୁ । ତାଙ୍କ ବାମପଟ ଛାତିରେ ଆଘାତ ଲାଗିଛି ।

ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ମାସେ ତଳେ ଛୋଟ ପିଲାଙ୍କ କଳିକୁ ନେଇ ସେହି କଲୋନୀର ଦୁଇ ଭାଇ ମିଥୁନ ବଳିଆରସିଂହ ଓ ନିଶିକାନ୍ତ ବଳିଆର ସିଂହ ଏଭଳି କାଣ୍ଡ ଘଟାଇ ଏକ ବସରେ ଲୁଚିଥିଲେ । ଖବର ପାଇ ଘଟଣାସ୍ଥଳରୁ ଦୁଇ ଭାଇଙ୍କୁ ପାରାଦୀପ ଆଦର୍ଶ ଥାନା ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.