ଆସନ୍ତାକାଲିଠୁ ଆରମ୍ଭ ହେଉଛି Realme Narzo 20 ର ବିକ୍ରି, ଜାଣନ୍ତୁ ଦାମ୍ ଓ ଫିଚର

ନିକଟରେ Realme ଲଞ୍ଚ୍ କରିଛି Narzo 20। ଏହି ସିରିଜ୍ରେ କମ୍ପାନୀ ତରଫରୁ Narzo 20, 20 Pro ଓ 20A ସ୍ମାର୍ଟଫୋନ୍କୁ ଭାରତୀୟ ବଜାର ପ୍ରବେଶ କରାଇଛି। ଏଥିମଧ୍ୟରୁ Narzo 20 କୁ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୮ରେ ଭାରତ ବଜାରରେ ଲଞ୍ଚ୍ କରିବାକୁ ଯାଉଛି ରିୟଲମି। ଏହି ସ୍ମାର୍ଟଫୋନ୍ ଦିନ ୧୨ଟା ବେଳେ ଇ-କମର୍ସ ୱେବ୍ସାଇଟ୍ ଫ୍ଲିପ୍କାର୍ଟ ସମେତ ରିୟଲମିର ଅନ୍ଲାଇନ୍ ଷ୍ଟୋରରେ ବି ଉପଲବ୍ଧ ହେବ।
Narzo 20 ର ଦାମ୍:
Realme Narzo 20 ର ୪ ଜିବି ରାମ୍ ଓ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ଯୁକ୍ତ ମୋବାଇଲର ଦାମ୍ ୧୦,୪୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ୪ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ଯୁକ୍ତ ଫୋନ୍ର ମୂଲ୍ୟ ରହିଛି ୧୧,୪୯୯ ଟଙ୍କା। ଏହା ଭିକ୍ଟ୍ରି ବ୍ଲୁ ଓ ଗ୍ଲୋରି ସିଲଭର ଦୁଇଟି କଲରରେ ଉପଲବ୍ଧ ହେବ।
Narzo 20 ର ଫିଚର:
ଡିସ୍ପ୍ଲେ- ୬.୫ ଇଞ୍ଚ୍ର ମିନି ଡ୍ରପ୍
ପ୍ରୋସେସର- ମିଡିଆଟେକ୍ ହିଲିୟୋ ଜି୮୫
ରାମ- ୪ ଜିବି
ଇଣ୍ଟରନାଲ ଷ୍ଟୋରେଜ୍- ୬୪ ଜିବି/୧୨୮ ଜିବି
ଅପରେଟିଂ ସିଷ୍ଟମ୍- ଆଣ୍ଡ୍ରଏଡ ୧୦ ବେସ୍ଡ ରିୟଲମି ୟୁଆଇ
କ୍ୱାର୍ଡ ରିୟର କ୍ୟାମେରା ସେଟ୍ଅପ୍- ୪୮MP AI ପ୍ରାଇମେରି କ୍ୟାମେରା
ଫ୍ରଣ୍ଟ କ୍ୟାମେରା: HD କ୍ୟାମେରା
ବ୍ୟାଟେରୀ- ୬୦୦୦mAh
କନେକ୍ଟିଭିଟି- ଓ୍ଵାଇଫାଇ, ଜିପିଏସ୍, ୪ଜି ଏଲ୍ଟିଇ, ଜିପିଏସ୍ ଓ ମାଇକ୍ରୋ ୟୁଏସ୍ବି ପୋର୍ଟ