କୋଭିଡ ମୃତକଙ୍କ ପାଇଁ ଥିବା ଶ୍ମଶାନକୁ ନେଇ ଉତ୍ତେଜନା, ମୃତଦେହକୁ ଆଣିଥିବା ସ୍ୱର୍ଗରଥକୁ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା (କେନ୍ୟୁଜ ବ୍ୟୁରୋ): କୋଭିଡ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନକୁ ନେଇ ଉତ୍ତେଜନା। ମୃତଦେହକୁ ସତ୍କାର ପାଇଁ ଆଣିଥିବା ସ୍ୱର୍ଗରଥକୁ ଭଙ୍ଗାରୁଜା। ବାରିପଦା ସହର ଉପକଣ୍ଠ ରଘୁନାଥପୁର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଶତାଧିକ ସ୍ଥାନୀୟ ମହିଳା ଲାଠି ଧରି ବିରୋଧ କରିଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

କୋଭିଡରେ ମୃତ୍ୟୁ ପରେ ଶବଦାହ ପାଇଁ ପ୍ରଶାସନ ରଘୁନାଥପୁର ମଇଳା ଖାଦାନ ନିକଟରେ ନୂତନ ଭାବେ ଏକ ଶ୍ମଶାନ ର୍ନିମିତ କରିଛ। ମାତ୍ର ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି। ଏହାର କୌଣସି ସମାଧାନ ହୋଇନଥିବା ବେଳେ ଆଜି ପୁଣି ଶବ ସତ୍କାର ପାଇଁ ଆସିଥିବା ବେଳେ ଉତ୍ୟକ୍ତ ଲୋକେ ସ୍ୱର୍ଗରଥକୁ ଭଙ୍ଗାରୁଜା କରିବା ସହ ବିରୋଧ କରିଛନ୍ତି। ଆନ୍ଦୋଳନକାରୀଙ୍କ ସହ ପୋଲିସ ଆଲୋଚନା ଚଳାଇଛି।