ସାପ ଧରୁଥିଲେ ଯୁବକ, ହଠାତ ପଛପଟୁ ଆସିଗଲା ଅଜଗର ! Videoରେ ଦେଖନ୍ତୁ ଆଗକୁ କ’ଣ ହେଲା

ଯଦି ଆପଣଙ୍କୁ ସାପ ଦେଖିଲେ ଡର ଲାଗେ, ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓକୁ ଧ୍ୟାନର ସହ ଦେଖନ୍ତୁ। ବିଶ୍ୱାସ କରନ୍ତୁ, ଆପଣଙ୍କ ଡର ଆଗ ଅପେକ୍ଷା ଆହୁରି ବଢିଯିବ। ଆଉ ଆପଣ ଏହି ଯୁବକଙ୍କ ଭଳି ଭୁଲ କେବେ ବି କରିବେନି। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ ଜଣେ ଯୁବକ ପାଣିରେ ପହଁରୁଥିବା କଳା ରଙ୍ଗର ଏକ ସାପକୁ ଧରୁଥିବା ଦେଖିବାକୁ ମିଳୁଛି।
୨୦ ସେକେଣ୍ଡର ଏହି ଭିଡ଼ିଓରେ ଯୁବକ ଜଣକ କଳା ରଙ୍ଗର ଏକ ସ୍ଲୋପରେ ଛିଡ଼ା ହୋଇଛନ୍ତି। ତାଙ୍କ ପାର୍ଶ୍ୱରେ ଏକ ସାପ ଆସୁଛି, ଯିଏ ପାଣିକୁ ଯିବା ପାଇଁ ଚେଷ୍ଟା କରୁଛି। ଯେତେବେଳେ ସେ ପାଣିକୁ ଯାଉଛି, ଯୁବକ ତାକୁ ପୁଣି ପାଣିରୁ ବାହାର କରି ସ୍ଲୋପ ଉପରେ ରଖିଦେଉଛନ୍ତି। ଏହି ସମୟରେ ଉପରୁ ଏକ ବଡ଼ ଅଜଗର ଖସି ଖସି ଆସୁଛି। ଯୁବକ ଜଣକ ଅଜଗରକୁ ଦେଖି ଡରି ଯାଉଛନ୍ତି ଏବଂ ପାଣି ଭିତରକୁ ଡେଇଁ ପଡୁଛନ୍ତି। ସେ ଦୁଇ ସାପଙ୍କଠାରୁ ବଞ୍ଚିବା ପାଇଁ ଖୁବ ଚେଷ୍ଟା କରୁଛନ୍ତି।
WTF is going on here pic.twitter.com/bWy1ro8833
— The Unexplained (@Unexplained) September 24, 2020