ଦେଶ ବିଦେଶ

ରୋହିଣୀ ଆଚାର୍ଯ୍ୟଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ଅଙ୍ଗରକ୍ଷୀ ନିଲମ୍ବିତ

ବିହାରର ସାରଣରେ ନିର୍ବାଚନ ଲଢ଼ୁଥିବା ଲାଲୁ ଯାଦବଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ସମସ୍ୟା ବଢ଼ି ଯାଇଛି । ନିର୍ବାଚନ ଦିନ ତାଙ୍କ ସହିତ ବୁଲୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ଅଙ୍ଗରାକ୍ଷୀଙ୍କୁ ନିଲମ୍ବିତ କରାଯାଇଛି । ସାରଣ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟଙ୍କ ସହ ନିର୍ବାଚନ ଦିନ ବୁଲିବା ନେଇ ପାଟନା ଜିଲ୍ଲା ଫୋର୍ସର କନଷ୍ଟେବଳ ଜିତେନ୍ଦ୍ର ସିଂଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ତାଙ୍କ ବିରୋଧରେ ଏସ୍‌ଏସ୍‌ପିଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାଟନା ଏସ୍‌ଏସ୍‌ପି ରାଜୀବ ମିଶ୍ର ତତ୍କାଳ ପ୍ରଭାବ ସହିତ ତାଙ୍କୁ ନିଲମ୍ବିତ କରିଛନ୍ତି । ଏହାପୂର୍ବରୁ ସାରଣ ପୋଲିସର ଏସ୍‌ଆଇଟି ୧୦ ସର୍କୁଲାର ରୋଡ୍‌ରେ ପହଞ୍ଚି ମାମଲାର ତଦନ୍ତ କରିଥିଲା ।

ପ୍ରକୃତରେ, ଏହି ମାମଲାରେ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା, ଯାହା ପରେ ଗୁରୁବାର ସାରଣ ପୋଲିସର ଏସ୍‌ଆଇଟି ରାବଡ଼ି ଦେବୀଙ୍କ ବାସଭବନରେ ପହଞ୍ଚି ବହୁ ସମୟ ଧରି ମାମଲାର ତଦନ୍ତ କରିଥିଲା । ଅଙ୍ଗରକ୍ଷୀଙ୍କ ବିଷୟରେ ଏସ୍‌ଆଇଟି ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ଅଭିଯୋଗରେ କୁହାଯାଇଥିଲା ଯେ ରୋହିଣୀ ଆଚାର୍ଯ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ସୁରକ୍ଷା କର୍ମୀଙ୍କୁ ଅପବ୍ୟବହାର କରୁଛନ୍ତି, ଯାହା ଆଚରଣ ବିଧିର ଉଲ୍ଲଂଘନ । ମା’ଙ୍କୁ ସୁରକ୍ଷାରେ ମିଳିଥିବା ଏସ୍କର୍ଟର ଅପବ୍ୟବହାର କରିବା ଉଚିତ୍‌ ନୁହେଁ । ରୋଡ୍‌ ଶୋ’ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଜିତେନ୍ଦ୍ର ସିଂ ରୋହିଣୀଙ୍କ ସହିତ ଦେଖାଯାଇଥିଲେ ।

କହି ରଖୁଛୁ ଯେ ଏହାପୂର୍ବରୁ ନଗର ଥାନା ଅଞ୍ଚଳର ବୁଥ୍‌ ନମ୍ବର ୩୧୮ ଓ ୩୧୯ରେ ଗଣ୍ଡଗୋଳକୁ ନେଇ ରୋହିଣୀ ଆଚାର୍ଯ୍ୟଙ୍କ ବିରୋଧରେ ସାରଣ ପୋଲିସ ମେ’ ୨୦ରେ ମାମଲା ରୁଜୁ କରିଥିଲା । ବିଜେପି କର୍ମୀ ମନୋଜ ସିଂ ନଗର ଥାନାରେ ଆର୍‌ଜେଡି ପ୍ରାର୍ଥୀ ରୋହିଣୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଏବଂ ରିପ୍ରେଜେଣ୍ଟେସନ ଅଫ୍‌ ପିପୁଲ୍‌ ଆକ୍ଟର ମାମଲା ଦାୟର କରିଥିଲେ । ପୋଲିସ ତାଙ୍କ ବିରୋଧରେ ଧାରା ୩୦୭, ୧୭୧ସି, ୧୮୮ ଏବଂ ROP ଆକ୍ଟ ଲାଗୁ କରିଛି । ନଗର ଥାନାରେ ଏ ନେଇ ନଂ. ୩୪୯/୨୦୨୪ରେ ମାମଲା ପଞ୍ଜିକୃତ ହୋଇଛି ।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

31 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

39 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

54 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago