ଦେଶ ବିଦେଶ

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୁଅ କୁନାଲଙ୍କ ନିର୍ବନ୍ଧ, ସାମ୍ନାକୁ ଆସିଲା ବୋହୂର ଫଟୋ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୁଅ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କ ସାନପୁଅ କୁନାଲଙ୍କର ଭୋପାଳର ପ୍ରଖ୍ୟାତ ଡାକ୍ତର ଇନ୍ଦରମଲ ଜୈନଙ୍କ ନାତୁଣୀ ସହିତ ନିର୍ବନ୍ଧ ହୋଇଛି । ଦୁଇ ଦିନ ତଳେ ଏକ ବ୍ୟକ୍ତିଗତ ଇଭେଣ୍ଟରେ ଦୁହିଁଙ୍କର ନିର୍ବନ୍ଧ ରୀତିନୀତି ସମ୍ପନ୍ନ ହୋଇଛି । ଏହି ଉତ୍ସବରେ ଚୌହାନ ପରିବାର ଏବଂ ଜୈନ ପରିବାର ସାମିଲ ହୋଇଥିଲେ । ନିର୍ବନ୍ଧ ପରେ ଉଭୟ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା ।

କହି ରଖୁଛୁ, ଶିବରାଜ ସିଂ ଚୌହାନଙ୍କର ଦୁଇ ପୁଅ ଅଛନ୍ତି । ବଡ଼ପୁଅ କାର୍ତ୍ତିକେୟଙ୍କୁ ପ୍ରାୟତଃ ବାପାଙ୍କ ସହିତ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଏବଂ ରାଲିରେ ଦେଖିବାକୁ ମିଳେ । ସାନପୁଅ କୁନାଲ ରାଜନୀତିଠାରୁ ଦୂରରେ ରୁହନ୍ତି । କୁହାଯାଉଛି ଯେ କୁନାଲ ଏବଂ ଜୈନ ପରିବାରର ଝିଅ ଆମେରିକାରେ ଏକାଠି ଅଧ୍ୟୟନ କରୁଥିଲେ । କୁନାଲ ବର୍ତ୍ତମାନ ଚୌହାନ ପରିବାରର ଫୁଡ୍‌ସ ଆଣ୍ଡ ଡାଏରୀ ପ୍ରଡକ୍ଟ ବ୍ୟବସାୟ ପରିଚାଳନା କରୁଛନ୍ତି । ବଡ଼ପୁଅ କାର୍ତ୍ତିକେୟ ଅବିବାହିତ ଅଛନ୍ତି ।

ଭୋପାଳର ଡାକ୍ତର ଇନ୍ଦରମଲ ଜୈନଙ୍କ ପୁଅ ସନ୍ଦୀପ ଜୈନଙ୍କ ଝିଅ ସହିତ କୁନାଲଙ୍କ ବିବାହ ହେବାକୁ ଯାଉଛି । ଉଭୟଙ୍କ ନିର୍ବନ୍ଧ ଜୈନ ମନ୍ଦିରରେ ସମ୍ପନ୍ନ ହୋଇଛି । କୁହାଯାଉଛି ଯେ କୁନାଲ ତାଙ୍କ ଭାବୀ ପତ୍ନୀଙ୍କ ସହ ଆମେରିକାରେ ଅଧ୍ୟୟନ କରିଛନ୍ତି । ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି । ଉଭୟ ପରିବାରର ଇଚ୍ଛା ଅନୁଯାୟୀ ଏହି ବିବାହ ହେଉଛି ।

କହି ରଖୁଛୁ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସିହୋର ଜିଲ୍ଲା ବୁଦ୍ଧନି ଅଞ୍ଚଳର ଜୈତ ଗାଁର ବାସିନ୍ଦା । ସେ ବୁଦ୍ଧନିରୁ ଦୀର୍ଘ ସମୟ ଯାଏ ବିଧାୟକ ରହି ଆସିଥିଲେ । ଚୌହାନ ପାଖାପାଖି ୧୮ ବର୍ଷ ଧରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ଏଥର ସେ ବିଦିଶାରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ସିଏମ୍ ହେବା ପୂର୍ବରୁ ସେ ବିଦିଶାରୁ ହିଁ ୫ ଥର ସାଂସଦ ହୋଇଥିଲେ ।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

13 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

38 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

42 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

45 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

51 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago