ଦେଶ ବିଦେଶ

ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁକ୍ରେନ ଯିବେ ୪ କେନ୍ଦ୍ରମନ୍ତ୍ରୀ, ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ ୪ ଟି କେନ୍ଦ୍ରୀୟ ମନ୍ତ୍ରୀ ପଡୋଶୀ ଦେଶ ୟୁକ୍ରେନକୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଯିବେ। ଏହି ୪ ମନ୍ତ୍ରୀ ମାନଙ୍କୁ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ୪ ମନ୍ତ୍ରୀ ହେଉଛନ୍ତି ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଜେନେରାଳ୍ ଭିକେ ସିଂହ । ଏମାନେ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ମୋଦି ଆଜି ୟୁକ୍ରେନ ସଙ୍କଟ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ୟୁକ୍ରେନରେ ପଡୋଶୀ ଦେଶମାନଙ୍କ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରାଯାଇଥିଲା। କାରଣ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଦିନ ଠାରୁ ସେଠାରେ ଫସିଥିବା ଭାରତୀୟ ମାନେ କିପରି ସେଠାରୁ ସୁରକ୍ଷିତ ଫେରିବେ ସେନେଇ ଚିନ୍ତା କରୁଛନ୍ତି । ଏଯାବତ୍ ଅନେକ ଛାତ୍ରଛାତ୍ରୀ ଫେରିସାରିଲେଣି । କିନ୍ତୁ ଆହୁରି ୫ରୁ ୬ ହଜାର ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । ସେମାନେ ଲଗାତର ଭାବରେ ସରକାରଙ୍କୁ ଗୁହାରୀ କରୁଛନ୍ତି ।

ଅନ୍ୟପଟେ ୟୁକ୍ରେନରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର ଏକ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ‘ଆପଗଙ୍ଗା ହେଲ୍ପଲାଇନ’ ଲଞ୍ଚ କରିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏହି ଅପରେସନ୍ ର ନାମ ‘ଅପରେସନ୍ ଗଙ୍ଗା’ ରଖାଯାଇଛି | ଭାରତ ପୂର୍ବରୁ ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ ସ୍ଲୋଭାକିଆରେ କଣ୍ଟ୍ରୋଲ ରୁମ ସ୍ଥାପନ କରିସାରିଛି । ଯାହା ଦ୍ୱାରା ଏହି ଦେଶଗୁଡିକର ସୀମା ଦେଇ ୟୁକ୍ରେନ ଭାରତୀୟମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ।

 

Also Read : ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍ ! ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଅପିଲ୍ କଲେ ରାହୁଲ ଗାନ୍ଧୀ

Barsha

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 mins ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

24 mins ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

38 mins ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

48 mins ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

57 mins ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

1 hour ago