ଦେଶ ବିଦେଶ

ବ୍ରିଟେନରେ ନୂଆ ନିୟମ: ବେକରେ ପଟି ବାନ୍ଧି ପୋଷା କୁକୁରଙ୍କୁ ରାସ୍ତାରେ ବୁଲାଇବା ମନା; ମାଲିକଙ୍କୁ ଦେବାକୁ ପଡ଼ିପାରେ ୧ ଲକ୍ଷରୁ ଅଧିକ ଜରିମାନା!

ଏଣିକି କୁକୁର ମାଲିକଙ୍କ ଉପରେ ଲାଗିପାରେ ଭାରୀ ଜରିମାନା। ନିଜ ପୋଷା କୁକୁରଙ୍କ ବେକରେ ୧ ମିଟରରୁ ଅଧିକ ଲମ୍ବାର ପଟି ପକାଇ ସେମାନଙ୍କୁ ଚଲାଇଲେ ମାଲିକମାନେ ପାଖାପାଖି ୧,୦୧,୫୨୮ ଟଙ୍କାର ଭାରୀ ଜୋରିମାନା ଦେଇ ପାରନ୍ତି। ଆସନ୍ତା ଏପ୍ରିଲ ୧ଠାରୁ ବ୍ରିଟେନର କିଛି ଅଞ୍ଚଳରେ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛୁ। ଲୋକମାନେ ରାସ୍ତା ଏବଂ ସାଇକେଲ ମାର୍ଗ ପାଖରେ ନିଜ କୁକୁରମାନଙ୍କୁ ବୁଲାଇବା ସମୟରେ ଅଧିକ ଲମ୍ବାର ପଟି ବ୍ୟବହାର କରି ପାରିବେ ନାହିଁ। ଯଦିଓ ଏହି ନୂଆ ନିୟମ ପାର୍କ ଏବଂ ସମୁଦ୍ର କୂଳରେ ଲାଗୁ ହେବ ନାହିଁ।

ଯଦି କେହି ନୂଆ ନିୟମ ଉଲ୍ଲଂଘନ କରୁଥିବାର ଦେଖା ଯାଆନ୍ତି, ତ ତାଙ୍କୁ ସେହି ସ୍ଥାନରେ ହିଁ ପାଖାପାଖି ୧୦,୧୫୨ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ। କେବଳ ଏତିକି ନୁହେଁ, ମକଦ୍ଦମା ରୁଜୁ ହେଲେ ଅର୍ଥାତ୍‌ ମକଦ୍ଦମା ସ୍ଥିତିରେ ଜରିମାନା ପରିମାଣ ୧ ଲକ୍ଷରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇପାରେ। ଏହି ନିୟମ କୁକୁରମାନଙ୍କ ପାଇଁ ଏକ ନୂତନ ସାର୍ବଜନିକ ସ୍ଥାନ ସଂରକ୍ଷଣ ଆଦେଶ( PSPO ) ଅଧୀନରେ ଆସୁଛି ଏବଂ ବର୍ତ୍ତମାନ କେବଳ Teignbrige ଜିଲ୍ଲାର ମାଲିକମାନଙ୍କ ଉପରେ ହିଁ ଲାଗୁ କରାଯିବ।

ରିପୋର୍ଟ ଅନୁସାରେ, Teignbrige ଜିଲ୍ଲା କାଉନସିଲର ଅଧିକାରୀମାନେ ଅଞ୍ଚଳରୁ ଏମିତି ଲୋକଙ୍କୁ କମ୍‌ କରିବାକୁ ଚାହୁଁଛନ୍ତି, ଯେଉଁମାନେ ବେଢ଼ଙ୍ଗ ଅର୍ଥାତ୍‌ ଦାୟିତ୍ୱହୀନତା ଭାବରେ କୁକୁର ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ପାଳୁଛନ୍ତି। ଏହାଛଡ଼ା ନୂଆ ନିୟମ ଲାଗୁ କରିବାର ଆଉ ଏକ ଉଦ୍ଦେଶ୍ୟ ହେଉଛି, ଅଞ୍ଚଳକୁ ସ୍ୱଚ୍ଛ, ପରିଷ୍କାର ଏବଂ ସବୁଜ, ସୁନ୍ଦର ରଖିବା। କାଉନସିଲର କହିଛନ୍ତି, ଏହି ନିୟମ ଲାଗୁ ହେବା ପରଠାରୁ ଭଲ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଆମେ ଚାହୁଁଛୁ କି, ଏହା ଆଗକୁ ଜାରି ରହୁ। ଏହାଦ୍ୱାରା ଆମ ଜିଲ୍ଲାରେ ଏକ ବଡ ପରିବର୍ତ୍ତନ ଆସିଛି। ନୂଆ ନିୟମ ଅଧୀନରେ ମାଲିକମାନେ ସର୍ବସାଧାରଣ ସ୍ଥାନରେ ନିଜ କୁକୁରକୁ ମଳ ତ୍ୟାଗ କରାଇ ପାରିବେ ନାହିଁ। ପର୍ଯ୍ୟାପ୍ତ ପୁ ବ୍ୟାଗ୍ ନେଇଯିବା ସହିତ ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ମଧ୍ୟରେ ସମୁଦ୍ର କୂଳରେ ଗୃହପାଳିତ ପଶୁମାନଙ୍କୁ ଚଲାଇବା ଉପରେ ମଧ୍ୟ ନିୟମ କଡ଼ାକଡ଼ି ଲାଗୁ ହେବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago