ଦେଶ ବିଦେଶ

‘ମୋତେ ହତ୍ୟା କରିବାକୁ ୪୦୦ ଭଡ଼ାଟିଆ ଗୁଣ୍ଡା ପଠାଇଛି ରୁଷ’: ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ଼ ଅଭିଯୋଗ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ରକ୍ତ ସଂଘର୍ଷର ରୂପ ନେଇଛି। ଇତି ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ବୋଲୋଦିମିର ଜେଲେନ୍‌ସ୍କି ଏକ ବଡ଼ ଅଭିଯୋଗ ଲଗାଇଛନ୍ତି। ଜେଲେନ୍‌ସ୍କି କହିଛନ୍ତି- ରୁଷ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି। ଏଥିପାଇଁ ରୁଷର ୪୦୦ ଭଡ଼ାଟିଆ ଗୁଣ୍ଡାର କିଭ୍‌ ଓ ଆଖପାଖ ଅଞ୍ଚଳରେ ପହଞ୍ଚିଛନ୍ତି।

ରିପୋର୍ଟ ମୁତାବକ, ୪୦୦ ଭଡ଼ାଟିଆ ହତ୍ୟାକାରୀଙ୍କୁ କ୍ରେମଲିନ୍‌ରୁ ୟୁକ୍ରେନ୍‌ର ରାଷ୍ଟ୍ରପତି ବୋଲୋଦିମିର ଜେଲେନ୍‌ସ୍କିଙ୍କ ହତ୍ୟା ଅର୍ଡର ମିଳିଛି ବୋଲି ଦାବି କରାଯାଉଛି। ଏଥିସହ ଜେଲେନ୍‌ସ୍କି ସରକାରଙ୍କୁ ଅସ୍ଥିର କରିବା କାମ ମଧ୍ୟ ସେମାନଙ୍କୁ ଦିଆଯାଇଛି। ଏହା ଦ୍ୱାରା ୟୁକ୍ରେନ୍‌କୁ କଣ୍ଟ୍ରୋଲ କରିବା ସହଜ ହେବ।

ଦାବି କରାଯାଉଛି ଯେ ୪୦୦ ହତ୍ୟାକାରୀ Wagner Group ର। ଏମାନେ ରାଷ୍ଟ୍ରପତିଙ୍କ ବିଶ୍ୱସ୍ତ ସହଯୋଗୀଙ୍କ ପର୍ସନାଲ ସୈନିକ। ଏମାନେ ଆଫ୍ରିକା ରାସ୍ତାରେ ୫ ସପ୍ତାହ ପୂର୍ବରୁ ୟୁକ୍ରେନ୍‌ରେ ପ୍ରବେଶ କରିଥିଲେ। ଏମାନଙ୍କୁ ଜେଲେନ୍‌ସ୍କି ଓ ସରକାରଙ୍କ ସହ ଜଡ଼ିତ ଅନ୍ୟ ଲୋକଙ୍କୁ ହତ୍ୟା କରିବା କାମ ଦିଆଯାଇଛି। ଏହା ପ୍ରତି ବଦଳରେ ଏମାନଙ୍କୁ ମୋଟା ଅଙ୍କର ଟଙ୍କା ଦିଆଯାଇଛି।

ଏହି ହତ୍ୟାକାରୀଙ୍କ ବିଷୟରେ ଶନିବାର ୟୁକ୍ରେନ୍‌ ସରକାରଙ୍କୁ ସୂଚନା ମିଳିଛି। ଏହା ପରଠାରୁ କିଭ୍‌ରେ ୩୬ ଘଣ୍ଟିଆ କଡ଼ାକଡ଼ି କର୍ଫ୍ୟୁ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ରୁଷର ଏହି ହତ୍ୟାକାରୀଙ୍କୁ ହତ୍ୟା କରାଯିବା ଯୋଜନା ରହିଛି। କିଭ୍‌ ବାସିନ୍ଦାଙ୍କୁ କଡ଼ା ଚେତାବନୀ ଦିଆଯାଇଛି ଯେ କର୍ଫ୍ୟୁ ବେଳେ ଯଦି କେହି ଘରୁ ବାହାରିବେ ତେବେ ତାଙ୍କୁ କ୍ରେମଲିନ୍‌ର ଏଜେଣ୍ଟ ବୋଲି ଧରାଯିବ ଓ ସରକାରଙ୍କ ତରଫରୁ ତାଙ୍କୁ ହତ୍ୟା କରାଯିବ।

ସୂଚନାଯୋଗ୍ୟ ଯେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ରୁଷ ସେନା ୟୁକ୍ରେନ୍‌ର ବିଭିନ୍ନ ସହରକୁ ଧ୍ୱଂସ କରି ତା’ ଉପରେ କଣ୍ଟ୍ରୋଲ କରିବାକୁ ଚେଷ୍ଟା ଚଳାଇଛି। ଶୁକ୍ରବାର ଠାରୁ ରୁଷ ସେନା କିଭ୍‌ରେ ପ୍ରବେଶ କରିବାକୁ ଲାଗି ପଡ଼ିଛନ୍ତି। କିନ୍ତୁ ଏବେ ଯାଏଁ ତାଙ୍କୁ ସଫଳତା ମିଳିନାହିଁ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago