ଦେଶ ବିଦେଶ

ରାହୁଲ ଗାନ୍ଧିଙ୍କ ଠାରୁ ଯୋଗୀ ଏବଂ ବିରାଟଙ୍କ ଠାରୁ ଅମିତାଭଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଟ୍ଵିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟରର ସିଇଓ ଏଲନ ମସ୍କ ଟ୍ଵିଟରର ସମସ୍ତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦେଇଛନ୍ତି । ଟ୍ଵିଟରରେ ବ୍ଲୁ ଟିକ୍‌ ନିମନ୍ତେ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ । ଆଉ ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ବିରାଟ କୋହଲି, ଶାହରୁଖ ଖାନ, ଅମିତାଭ ବଚ୍ଚନ ଏମାନଙ୍କର ବ୍ଲୁ ଟିକ୍‌ ହଟାଇ ଦେଇଛି ଟ୍ଵିଟର ।

ଟ୍ୱିଟରର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଯେଉଁମାନେ ବ୍ଲୁ ଟିକ୍‌ ପାଇଁ ପଇସା ଦେଇଥିବେ ସେମାନଙ୍କ ଆକାଉଣ୍ଟରେ ହିଁ ବ୍ଲୁ ଟିକ୍‌ ମିଳିବ । ମାର୍ଚ୍ଚ ମାସରେ ଟ୍ଵିଟରର ସିଇଓ ଏଲନ ମସ୍କ ଏହା ଘୋଷଣା କରିଥିଲେ । ସେ କହିଥିଲେ, ୨୦ ଏପ୍ରିଲ ପରେ ସବୁ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯିବ । ଯେଉଁମାନେ ବ୍ଲୁ ଟିକ୍‌ ପାଇଁ ପଇସା ଦେବେ ସେମାନଙ୍କୁ ମିଳିବ ।

ମାର୍ଚ୍ଚ ୩୧ ରେ ଟ୍ୱିଟର ଘୋଷଣା କରିଥିଲା ଯେ, ଆଗାମୀ ଦିନରେ ତାଙ୍କ କମ୍ପାନୀ ପୁରୁଣା ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବ, କିନ୍ତୁ କିଛି ବୈଷୟିକ କାରଣ ହେତୁ ସେ ବ୍ଲୁ ଟିକ୍‌ ହଟାଇ ପାରିବେ ନାହିଁ । କିନ୍ତୁ ପରେ ତାଙ୍କର ଏକ ଟ୍ୱିଟରରେ ମସ୍କ କହିଥିଲେ ଯେ, ଏପ୍ରିଲ୍ ୨୦ ରୁ ଲିଗାସୀ ଭେରିଫାଏଡ ହୋଇଥିବା ଆକାଉଣ୍ଟରୁ ମଧ୍ୟ ବ୍ଲୁ ଚେକ୍‌ ମାର୍କ ହଟାଇଦିଆଯିବ ।

ସୂଚନାଯୋଗ୍ୟ, ସୁପରିଚିତ ବ୍ୟକ୍ତିବିଶେଷଙ୍କୁ ଠକାମିରୁ ସୁରକ୍ଷା ଏବଂ ମିଥ୍ୟା ସୂଚନା ନିୟନ୍ତ୍ରଣ କରିବା ଲାଗି ଏହି ‘ବ୍ଲୁ ଟିକ୍‌ ଆରମ୍ଭରୁ କାମ ଦେଉଥିଲା। ଏହାଛଡ଼ା, ବ୍ୟବହାରକାରୀମାନଙ୍କୁ ସେଲିବ୍ରିଟି, ରାଜନେତା, କମ୍ପାନି ଓ ବ୍ରାଣ୍ଡ୍, ନୂଆ ସଂଗଠନ ଏବଂ ଜନତାଙ୍କ ସ୍ବାର୍ଥ ନିମନ୍ତେ ଥିବା ଅନ୍ୟାନ୍ୟ ଆକାଉଣ୍ଟ ସବୁକୁ ଚିହ୍ନିବାରେ ସହାୟତା କରିବା ନିମନ୍ତେ ୨୦୦୯ରେ ବ୍ଲୁ ଚେକ୍‌ ମାର୍କ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ତେବେ ଟ୍ଵିଟରରେ ଏଭଳି ନିଷ୍ପତ୍ତିକୁ ନେଇ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

25 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

27 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago