ରାହୁଲ ଗାନ୍ଧିଙ୍କ ଠାରୁ ଯୋଗୀ ଏବଂ ବିରାଟଙ୍କ ଠାରୁ ଅମିତାଭଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଟ୍ଵିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍
ବ୍ଲୁ ଟିକ୍ ଦରକାର, ତେବେ ସମସ୍ତଙ୍କୁ ପଇସା ଦେବାକୁ ପଡିବ । ରାଜନେତା ହୁଅନ୍ତୁ ଅବା ଅଭିନେତା । ଟ୍ଵିଟରର ସିଇଓ ଏଲନ ମସ୍କଙ୍କ ଘୋଷଣା ପରେ ଟ୍ଵିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍ । ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧି, ଅମିତାଭ ବଚ୍ଚନ, ଶାହରୁଖ ଖାନ, ବିରାଟ କୋହଲି ପ୍ରମୁଖଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି ଟ୍ଵିଟର ।
ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ଵିଟରର ସିଇଓ ଏଲନ ମସ୍କ ଟ୍ଵିଟରର ସମସ୍ତ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛନ୍ତି । ଟ୍ଵିଟରରେ ବ୍ଲୁ ଟିକ୍ ନିମନ୍ତେ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ । ଆଉ ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ବିରାଟ କୋହଲି, ଶାହରୁଖ ଖାନ, ଅମିତାଭ ବଚ୍ଚନ ଏମାନଙ୍କର ବ୍ଲୁ ଟିକ୍ ହଟାଇ ଦେଇଛି ଟ୍ଵିଟର ।
ଟ୍ୱିଟରର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଯେଉଁମାନେ ବ୍ଲୁ ଟିକ୍ ପାଇଁ ପଇସା ଦେଇଥିବେ ସେମାନଙ୍କ ଆକାଉଣ୍ଟରେ ହିଁ ବ୍ଲୁ ଟିକ୍ ମିଳିବ । ମାର୍ଚ୍ଚ ମାସରେ ଟ୍ଵିଟରର ସିଇଓ ଏଲନ ମସ୍କ ଏହା ଘୋଷଣା କରିଥିଲେ । ସେ କହିଥିଲେ, ୨୦ ଏପ୍ରିଲ ପରେ ସବୁ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯିବ । ଯେଉଁମାନେ ବ୍ଲୁ ଟିକ୍ ପାଇଁ ପଇସା ଦେବେ ସେମାନଙ୍କୁ ମିଳିବ ।
ମାର୍ଚ୍ଚ ୩୧ ରେ ଟ୍ୱିଟର ଘୋଷଣା କରିଥିଲା ଯେ, ଆଗାମୀ ଦିନରେ ତାଙ୍କ କମ୍ପାନୀ ପୁରୁଣା ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବ, କିନ୍ତୁ କିଛି ବୈଷୟିକ କାରଣ ହେତୁ ସେ ବ୍ଲୁ ଟିକ୍ ହଟାଇ ପାରିବେ ନାହିଁ । କିନ୍ତୁ ପରେ ତାଙ୍କର ଏକ ଟ୍ୱିଟରରେ ମସ୍କ କହିଥିଲେ ଯେ, ଏପ୍ରିଲ୍ ୨୦ ରୁ ଲିଗାସୀ ଭେରିଫାଏଡ ହୋଇଥିବା ଆକାଉଣ୍ଟରୁ ମଧ୍ୟ ବ୍ଲୁ ଚେକ୍ ମାର୍କ ହଟାଇଦିଆଯିବ ।
Tomorrow, 4/20, we are removing legacy verified checkmarks. To remain verified on Twitter, individuals can sign up for Twitter Blue here: https://t.co/gzpCcwOXAX
Organizations can sign up for Verified Organizations here: https://t.co/YtPVNYypHU
— Twitter Verified (@verified) April 19, 2023
ସୂଚନାଯୋଗ୍ୟ, ସୁପରିଚିତ ବ୍ୟକ୍ତିବିଶେଷଙ୍କୁ ଠକାମିରୁ ସୁରକ୍ଷା ଏବଂ ମିଥ୍ୟା ସୂଚନା ନିୟନ୍ତ୍ରଣ କରିବା ଲାଗି ଏହି ‘ବ୍ଲୁ ଟିକ୍ ଆରମ୍ଭରୁ କାମ ଦେଉଥିଲା। ଏହାଛଡ଼ା, ବ୍ୟବହାରକାରୀମାନଙ୍କୁ ସେଲିବ୍ରିଟି, ରାଜନେତା, କମ୍ପାନି ଓ ବ୍ରାଣ୍ଡ୍, ନୂଆ ସଂଗଠନ ଏବଂ ଜନତାଙ୍କ ସ୍ବାର୍ଥ ନିମନ୍ତେ ଥିବା ଅନ୍ୟାନ୍ୟ ଆକାଉଣ୍ଟ ସବୁକୁ ଚିହ୍ନିବାରେ ସହାୟତା କରିବା ନିମନ୍ତେ ୨୦୦୯ରେ ବ୍ଲୁ ଚେକ୍ ମାର୍କ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ତେବେ ଟ୍ଵିଟରରେ ଏଭଳି ନିଷ୍ପତ୍ତିକୁ ନେଇ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।