ବିବାହ ବେଦୀ ଉପରେ ଏସିଡ ମାଡ଼, ବର କନ୍ୟା ସମେତ ୧୨ ଗୁରୁତର

ବସ୍ତର ଜିଲ୍ଲା ଅନ୍ତର୍ଗତ ଭାନପୁରୀର ଆମାବାଲ ଗ୍ରାମରେ ଅନ୍ଧାରର ସୁଯୋଗ ନେଇ ବିବାହ ବେଦୀ ଉପରେ ଏସିଡ ମାଡ଼ କଲେ ଦୁର୍ବୃତ୍ତ । ବର ଓ କନ୍ୟାଙ୍କ ସମେତ ନିକଟରେ ଉପସ୍ଥିତ ୧୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି।

ଉମରକୋଟ (କେନ୍ୟୁଜ): ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲ୍ଲାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବିବାହ ବେଦୀ ଉପରେ କେହି ଜଣେ ଦୁର୍ବୃତ୍ତ ଏସିଡ୍ ମାଡ଼ କରି ଫେରାର୍ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ବେଳେ ବର ଓ କନ୍ୟା ସମେତ ନିକଟରେ ଉପସ୍ଥିତ ୧୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବସ୍ତର ଜିଲ୍ଲା ଅନ୍ତର୍ଗତ ଭାନପୁରୀର ଆମାବାଲ ଗ୍ରାମରେ ।

ସୂଚନା ଅନୁଯାୟୀ ସୁଧାପାଲ ଗ୍ରାମର ଡମରୁଧର ବଘେଲ,ଆମାବାଲ ଗ୍ରାମର ସୁନୀତା କଶ୍ୟପଙ୍କ ସହିତ ବିବାହ ଚାଲିଥିବା ବେଳେ ହଠାତ୍ ବିଦ୍ୟୁତ ଚାଲି ଯାଇଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ବିବାହ ବେଦୀ ନିକଟରେ ପହଞ୍ଚି ବର ଓ କନ୍ୟା ଉପରେ ଏସିଡ୍ ମାଡ଼ ମାରି ଚମ୍ପଟ୍ ମାରିଥିଲା । ଏହି ସମୟରେ ବର ଓ କନ୍ୟା ସମେତ ବେଦୀ ଆଖପାଖର ଅନେକ ଲୋକ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ଅପରପକ୍ଷରେ ଏହି ନେଇ ଭାନପୁରୀ ପୋଲିସକୁ ସୂଚନା ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର ଡମରୁଧରକୁ ମହାରାଣୀ ମେଡିକାଲ ରେ ଏବଂ ବାକି ଅନ୍ୟ ଗୁରୁତର ମାନଙ୍କୁ ଭାନପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.