ଥରିଲା ରସୁଲଗଡ଼, ହୋଟେଲ୍‌ ଉର୍ମୀ ଉପରେ ବୋମା ମାଡ଼

ରସୁଲଗଡ଼ସ୍ଥିତ ହୋଟେଲ ଉର୍ମୀ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ। ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟି ଫୁଟିନଥିବା ଜଣାପଡ଼ିଛି ଏବଂ ପୁଲିସ ଅଫୁଟା ବୋମାକୁ ଜବତ କରିଛି।

ଭୁବନେଶ୍ବର (କେନ୍ୟୁଜ): ରାଜଧାନୀରେ ବଢିଚାଲିଛି ବେଲଗାମ୍‌ ଅପରାଧୀ। ଗତକାଲି ରସୁଲଗଡ଼ ଛକ ଉପରେ ଥିବା ହୋଟେଲ ଉର୍ମୀ ଉପରକୁ ବୋମା ମାଡ଼। ଦୁଇ ଜଣ ଦୁର୍ବୃତ୍ତ ଓଭର ବ୍ରିଜରୁ ହୋଟେଲ ଉପରକୁ ବୋମାମାଡ କରିଥିଲେ। ଦୁଇଟି ବୋମା ହୋଟେଲ ଉରକୁ ଫିଙ୍ଗି ଥିବା ବେଳେ ଗୋଟିଏ ଫୁଟିଥିଲା ଆଉ ଗୋଟିଏ ଅଫୁଟା ରହିଥିଲା । ଅଫୁଟା ବୋମା କୁ ଜବତ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ବୋମା ମାଡ଼ର କାରଣ ଜଣାପଡ଼ି ନାହିଁ। ଦାଦାବଟି ପାଇଁ ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି। କମିଶନରେଟ୍‌ ପୋଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ସେପଟେ ହୋଟେଲ ମ୍ୟାନେଜରଙ୍କ ପ୍ରତିକ୍ରିୟା ରାତି ୮ ଟା ରୁ ୮.୧୦ ଭିତରେ ବୋମା ମାଡ଼ ହୋଇଛି । ବୋମାଟି ହୋଟେଲ୍‌ର ୨୦୨ ନମ୍ୱର ରୁମ୍‌ର ଝରକାରେ ବଜିଥିଲା। ଫଳରେ ହୋଟେଲ୍‌ ଝରକାର କାଚ ଭାଙ୍ଗି ଯାଇଛି। ସେହି ରୁମ୍‌ରେ ଥିବା ପର୍ଯ୍ୟଟକମାନେ ସୁରକ୍ଷିତ ଅଛନ୍ତି।

ବୋମା ମାଡ଼ ଖବର ପାଇ ହୋଟେଲ୍‌ରେ ପହଞ୍ଚିଥିଲା କମିଶନରେଟ୍‌ ପୋଲିସ୍‌। ଏସିପି ସଞ୍ଜିବ ଶତପଥୀ ଓ ମଞ୍ଚେଶ୍ୱର ଥାନା ଅଧିକାରୀ ହୋଟେଲ୍‌ରେ ପହଞ୍ଚି ତନାଘନା କରିଥିଲେ। କେଉଁ ପରିସ୍ଥିତିରେ ବୋମା ମାଡ଼ ହୋଇଛି ପୋଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି। ବୋମା ମାଡ଼ରେ କେହି ଆହତ ହୋଇନାହାନ୍ତି। ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.