Below header

ରାଜକନିକାରେ ଚିଙ୍ଗୁଡ଼ି ମାଫିଆଙ୍କ ଦୌରାତ୍ମ୍ୟ, ଘେରି ଉଚ୍ଛେଦ ଦାବିରେ ଚାଷୀଙ୍କ ଆମରଣ ଅନଶନ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ହାଟସାହି ପଞ୍ଚାୟତରେ ଦିନକୁ ଦିନ ବେଆଇନ ଚିଙ୍ଗୁଡ଼ି ଘେରି ଗଢିଉଠିବାରେ ଲାଗିଛି। ଫଳରେ ଘେରିରୁ ନିର୍ଗତ ହେଉଥିବା ରାସାୟନିକ ପାଣିକୁ ଚିଙ୍ଗୁଡ଼ି ମାଫିଆମାନେ ନାଳକୁ ଛାଡ଼ିଦେଉଥିବାରୁ ଏହାର ପ୍ରଭାବରେ ଧାନ ଓ ପନିପରିବା ଚାଷ ଉଜୁଡ଼ି ଯାଉଛି।

ଆଳି (କେନ୍ୟୁଜ): ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଦାବିରେ ଚାଷୀଙ୍କ ଆମରଣ ଅନଶନ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ହାଟସାହି ପଞ୍ଚାୟତରେ ଦିନକୁ ଦିନ ବେଆଇନ ଚିଙ୍ଗୁଡ଼ି ଘେରି ଗଢି ଉଠିବାରେ ଲାଗିଛି। ଫଳରେ ଘେରିରୁ ନିର୍ଗତ ହେଉଥିବା ରାସାୟନିକ ପାଣିକୁ ଚିଙ୍ଗୁଡ଼ି ମାଫିଆମାନେ ନାଳକୁ ଛାଡ଼ିଦେଉଥିବାରୁ ଏହାର ପ୍ରଭାବରେ ଧାନ ଓ ପନିପରିବା ଚାଷ ଉଜୁଡ଼ି ଯାଉଛି। ଏନେଇ ଚାଷୀମାନେ ବାରମ୍ବାର କନିକା ତହସିଲଦାରଙ୍କ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି।

ଫଳରେ ଚାଷୀମାନେ ଚିଙ୍ଗୁଡ଼ି ମାଫିଆଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଘେରି ଉଚ୍ଛେଦ ଦାବିରେ କନିକା ତହସିଲଦାର ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନହୋଇଛି ସେପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଚାଷୀ ଆନ୍ଦୋଳନକୁ ସମର୍ଥନକରି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ମଧ୍ୟ ସାମିଲ ହୋଇଥିଲେ।

ଅନ୍ୟ ପକ୍ଷରେ ଅଭିଯୋଗ ପାଇବା ପରେ ଯଏଣ୍ଟ ଇନୁକ୍ୟାରି କରାଯାଇଛି। ଯେଉଁ ମାନେ ସରକାରୀ ଜାଗାରେ ଚିଙ୍ଗୁଡ଼ି ଘେରି କରିଛନ୍ତି ସେମାନଙ୍କୁ ଦୁଇଟି ନୋଟିସ କରାଯାଇଛି ଏବଙ୍ଗ ତୃତୀୟ ନୋଟିସ ପରେ ବେଆଇନ ଚିଙ୍ଗୁଡ଼ି ଘେରି ଭଙ୍ଗାଯିବ ବୋଲି କନିକା ତହସିଲଦାର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.