ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ

ଜଗତସିଂହପୁରର ପୂର୍ବତନ ସାଂସଦ ତଥା କଟକ ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଓ ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ପରଲୋକ ହୋଇଛି।

କଟକ (କେନ୍ୟୁଜ): ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଗତ ତିନି ସପ୍ତାହ ହେଲା ହସପିଟାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ତ୍ରିଲୋଚନ କାନୁନଗୋ ୧୯୭୧, ୧୯୭୪ ଓ ୧୯୮୫ ମସିହାରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ ବିଜେଡି ଟିକେଟରେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ତ୍ରିଲୋଚନ କାନୁନଗୋଙ୍କ ଘର କଟକ ଜିଲ୍ଲା ଗୋବିନ୍ଦପୁରରେ । ଶ୍ରୀ କାନୁନଗୋଙ୍କ ବିୟୋଗରେ କନ୍ଧମାଳ ସାଂସଦ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.