ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ପୋଜ୍ ଦେଲେ ଧୋନି, ଆଉ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ସମସ୍ତଙ୍କ ହୃଦୟ ଜିତିନେଲେ
‘ ମୁଁ କେବଳ ତାଙ୍କ ପୋଜକୁ କପି କରିଛି, ଏହାଛଡା ଆଉ କିଛି ନୁହେଁ । ମୁଁ ତାଙ୍କ ଭଳି କିଛି କରିପାରିବି ନାହିଁ । ଚେନ୍ନାଇ ସୁପର କିଙ୍ଗସର ଏକ ଇଭେଣ୍ଟରେ ଧୋନି ରଜନୀକାନ୍ତଙ୍କ ଭଳି ପୋଜ ଦେଇଛନ୍ତି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।

ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମଏସ ଧୋନି । ଆଉ ଏଭଳି ପୋଜକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ହୃଦୟ ଜିତିବା ଭଳି ଉତ୍ତର ଦେଇଛନ୍ତି ଧୋନି । ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ଚେନ୍ନାଇ ସୁପରକିଙ୍ଗସରେ ଏକ ଇଭେଣ୍ଟରେ ଧୋନି ରଜନୀକାନ୍ତ ଭଳି ପୋଜ ଦେଇଥିବା ଏକ ଫଟୋ ସ୍କ୍ରିନରେ ଆସିବା ପରେ ରିପୋର୍ଟର ପ୍ରଶ୍ନ ପଚାରିଥିଲେ । ଯାହାର ଜବାବରେ ଧୋନି କହିଥିଲେ, ‘ ଏହା କୌଣସି ତୁଳନା ନୁହେଁ, ମୁଁ କେବଳ ତାଙ୍କ ପୋଜକୁ କପି କରିବାକୁ ଚେଷ୍ଟା କରୁଥିଲି । ତା’ ଛଡା ଆଉ କିଛି ନୁହେଁ । ମୁଁ ତାଙ୍କ ଭଳି କିଛି କରିପାରିବି ନାହିଁ, କେବଳ ତାଙ୍କ ପୋଜକୁ କପି କରିପାରିବି ।’ ଏଭଳି ଉତ୍ତର ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଧୋନିଙ୍କର ପ୍ରଶଂସା କରିଥିଲେ ।
View this post on Instagram
ଧୋନିଙ୍କ ତୁଳନା ସବୁବେଳେ ରଜନୀକାନ୍ତଙ୍କ ସହିତ ହୋଇଥାଏ । ରଜନୀକାନ୍ତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ବେଳେ ଧୋନି ମଧ୍ୟ ଆଇପିଏଲ ଟିମ ଚେନ୍ନାଇ ସୁପରକିଙ୍ଗସରେ ୧୫ ବର୍ଷ ହେଲାଣି ରାଜ କରୁଛନ୍ତି । ରଜନୀକାନ୍ତ ବୟସ୍କ ହେଲେ ମଧ୍ୟ ସାଉଥ ଇଣ୍ଡଷ୍ଟ୍ରୀରେ ତାଙ୍କର ଅଲଗା କ୍ରେଜ ରହିଛି । ସେହିପରି ଧୋନି ମଧ୍ୟ ଆଇପିଏଲରେ ନିଜର ଦବଦବା ରଖିଛନ୍ତି । ରଜନୀକାନ୍ତଙ୍କ ଫିଲ୍ମ ଦେଖିବାକୁ ଯେମିତି ଲୋକେ ପାଗଳ, ସେହିଭଳି ଧୋନିଙ୍କ ଖେଳ ଦେଖିବାକୁ ଲୋକେ ପାଗଳ ହୋଇ ରହିଥାନ୍ତି । ଧୋନି ଏବଂ ରଜନୀକାନ୍ତଙ୍କ ଫ୍ୟାନ୍ ଫଲୋୟର୍ସ ବହୁତ ଅଧିକ ରହିଛନ୍ତି ।