ଦେଶ ବିଦେଶ

FIRର କାର୍ଯ୍ୟାନୁଷ୍ଠାନ ନିଆଗଲାନି ବୋଲି ଥାନାରେ ପୋଲିସ ବାବୁଙ୍କ ପୂଜା କଲେ ମହିଳା

କାହିଁକି ଏ ଥାନା ବାବୁଙ୍କୁ ପୂଜା କରିବାକୁ ଥାନାରେ ପହଁଚିଲେ ମହିଳା? କାହିଁକି ଏମିତି ଥାନା ଭିତରେ ଫୁଲ ମାଳ ଦୀପ ଥାଳି ସବୁ ଧରି ମହିଳା ପହଁଚିଲେ ଥାନାରେ? କାହିଁକି ପୋଲିସକୁ ବନ୍ଦାପନା କରିବାକୁ ବାହାରିଲେ? କଣ କାରଣ, କଣ ଏମିତି ଘଟିଲା, ଯେ ଏ ମହିଳା ଜଣକ ପୋଲିସକୁ ବନ୍ଦାପନା କରିବାକୁ ବାହାରିପଡିଲେ । ଦୃଶ୍ୟ ନିହାତି ଭାବେ ଅଡୁଆ ଲାଗୁଥିବ ଆପଣଙ୍କୁ । ହଁ ଆମେ ବି ଠିକ୍‌ ଏମିତି ଆଶ୍ଚର୍ଯ୍ୟ ହେଇଥିଲୁ ଯେତେବେଳେ ଏ ଚିତ୍ର ଦେଖିଥିଲୁ । ଜଣେ ମହିଳା କେମିତି ବନ୍ଦାଣ ଥାଳି ଧରି ଆରତି କରିବାକୁ ଥାନାରେ ପହଁଚିଲେ, ଯାହାକୁ ଦେଖି ନିଜ ଚେୟାର ଉପରୁ ହଠାତ୍‌ କି ଉଠିପଡିଲେ ପୋଲିସ ବାବୁ । ଆଉ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ବାହାରକୁ କରିଦେଲେ ।

ଏବେ ଆପଣ ଭାବୁଥିବେ କିଛି ତ ଗୋଟେ ଗଡବଡ ହେଇଛି ନିଶ୍ଚୟ । ହଁ ଆଜ୍ଞା ଆପଣ ଯାହା ଭାବୁଛନ୍ତି ଏକଦମ୍‌ ଠିକ୍‌ ଭାବୁଛନ୍ତି । କିଛି ତ ଗୋଟେ ହେଇଛି ଯେଉଁ କାରଣରୁ ଏ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ପିଲାଙ୍କୁ ଧରି ଥାନାକୁ ଆସିଛନ୍ତି । ତେବେ ଘଟଣାଟି ହେଉଛି କିଛି ଏହିପରି ।

ଚୋରୀ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଅସନ୍ତୁଷ୍ଟ ଥିବା ସ୍ୱାମୀ ସ୍ତ୍ରୀ କୋତବାଲୀ ସିଟିର ରିଓ୍ଵା ଥାନାରେ ଏଭଳି ହାଇ ଭୋଲଟେଜ୍‌ ଡ୍ରାମା କରିଛନ୍ତି । ଏହି ସ୍ୱାମୀ ସ୍ତ୍ରୀ ଦୁଇଜଣ ବନ୍ଦାଣ ଥାଳି, ଉତ୍ତରୀୟ, ନଡିଆ ଏବଂ ଫୁଲ ମାଳ ଓ ଦୀପ ଧରି ଟିଆଇଙ୍କ ଚ୍ୟାମ୍ବରରେ ହାଜର ହୋଇଗଲେ ଓ ନିଜ ମାମଲା ରୁଜୁ ନହେବାର ଏକ ଅଜବ ତରିକାରରେ ବିରୋଧ କଲେ । ପୀଡିତ ଦମ୍ପତିଙ୍କ ଏଭଳି କାଣ୍ଡ ଦେଖି ପୋଲିସବାବୁ ଜଣଙ୍କ ବସିଥିବା ଚେୟାରରୁ ହଠାତ୍‌ ଉଠି ପଡିଲେ । ପୋଲିସଙ୍କୁ ବେଜତି ହେଉଥିବା ଜାଣି ଉକ୍ତ ଦମ୍ପତି ଏବଂ ତାଙ୍କ ସାଥିରେ ଆସିଥିବା ଲୋକଙ୍କୁ ଥାନାରୁ ବାହାର କରିଦିଆଗଲା । କିନ୍ତୁ ସେହି ସମୟର ଭିଡିଓ ଭାଇରାଲ ହେଉଛି ସୋସିଆଲ ମିଡିଆରେ ।

କହିବାକୁ ଚାହିଁବୁ ଯେ ଏହି ମାମଲା ହେଉଛି ୬ ଏପ୍ରିଲର । ସୁନା ରୂପା ଅଳଙ୍କାରର ବ୍ୟବହାର କରୁଥିବା ଅନୁରାଧା ସୋନି ଏବଂ ତାଙ୍କ ସ୍ୱାମୀ ଏକ ଚୋରି ମାମଲାକୁ ନେଇ ୨୮ ଜାନୁଆରୀରେ ଥାନାରେ ଅଭିଯୋଗ ରୁଜୁ କରାଇଥିଲେ । ଜଣେ କାରିଗର ଅନୁରାଧା ସୋନିଙ୍କ ଦୋକାନରୁ ସୁନା ଚାନ୍ଦୀର ଅଳଙ୍କାର ଦେଇ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା କିନ୍ତୁ ତାକୁ ଧରିବାରେ ବିଫଳ ହୋଇଥିଲା । ବାରମ୍ବାର ଅଭିଯୁକ୍ତକୁ ଫେରାର ବୋଲି କହୁଥିଲେ ଥାନା ପ୍ରଭାରୀ । ଆଉ ଏହାରି ମଧ୍ୟରେ ଅଭିଯୁକ୍ତ ହାଇ କୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଦେଲା ଓ ତାକୁ ଜାମିନ ମିଳିଗଲା । କିନ୍ତୁ ମାମଲା ଜଣାପଡିବା ପରେ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିଲା । କିନ୍ତୁ ହଠାତ୍‌ ଏପଠେ ଥାନା ଭିତରେ ପୋଲିସକୁ ଏଭଳି ବ୍ୟବହାର ହାଇକୋର୍ଟ ବି ଭୁଲ ବୋଲି କହିଛନ୍ତି ।

 

Pritiparna

Recent Posts

ଚଣ୍ଡୀଗଡ଼ ବିମାନବନ୍ଦର ଓ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଯାଞ୍ଚ କରୁଛି ବୋମା ସ୍କ୍ଵାଡ୍‌

ଦିଲ୍ଲୀ ପରେ ଏବେ ଚଣ୍ଡୀଗଡ଼ । ଚଣ୍ଡୀଗଡ଼ର ଏକ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ ।…

28 seconds ago

ପୁରୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ଭୁବନେଶ୍ୱର (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅଶ୍ବିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ…

25 mins ago

ଟି୨୦ ବିଶ୍ୱକପ ୨୦୨୪: ଆଜି ଭାରତ-ଆମେରିକା ମୁହାଁମୁହିଁ, ବିରାଟଙ୍କ ଓ୍ଵିକେଟ ନେଇ ଫ୍ୟାନ୍ସଙ୍କୁ ଝଟକା ଦେବାକୁ ଚାହୁଁଛନ୍ତି ଅଲ୍ଲୀ

ଟି-୨୦ ବିଶ୍ୱକପରେ ଆଜି ମୁହାଁମୁହିଁ ଭାରତ-ଆମେରିକା । ଦୁଇଟି ଯାକ ଟିମ୍‌ ଗ୍ରୁପ ଏରେ ଦୁଇଟି ଦୁଇଟି ମ୍ୟାଚ ଜିତିଛନ୍ତି…

41 mins ago

ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ପ୍ରକୋପ ଦେଖାଇଲାଣି ଡେଙ୍ଗୁ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ହେଲେ ଏବେ ଠୁ କାୟା ମେଲାଇଲାଣି ଡେଙ୍ଗୁ, ଗତବର୍ଷ ଏହି…

42 mins ago

ରିଲିଜ ହେଲା ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର, ଭିଡିଓ ଦେଖି ଫ୍ୟାନ୍ସ ମନେ ପକାଇଲେ ‘ମହାଭାରତ’

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି ।…

43 mins ago

SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ, ଯୁଦ୍ଧକାଳୀନ ଭିତିରେ ଚାଲିଛି ନିଆଁ ଲିଭା କାର୍ଯ୍ୟ

କଟକ (କେନ୍ୟୁଜ): SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ । କଟକ SCB ଟ୍ରମା କେୟାର ICUର AC ଆଉଟଡୋରରେ ଲାଗିଛି…

53 mins ago