FIRର କାର୍ଯ୍ୟାନୁଷ୍ଠାନ ନିଆଗଲାନି ବୋଲି ଥାନାରେ ପୋଲିସ ବାବୁଙ୍କ ପୂଜା କଲେ ମହିଳା
ଦୃଶ୍ୟ ନିହାତି ଭାବେ ଅଡୁଆ ଲାଗୁଥିବ ଆପଣଙ୍କୁ । ହଁ ଆମେ ବି ଠିକ୍ ଏମିତି ଆଶ୍ଚର୍ଯ୍ୟ ହେଇଥିଲୁ ଯେତେବେଳେ ଏ ଚିତ୍ର ଦେଖିଥିଲୁ ।

କାହିଁକି ଏ ଥାନା ବାବୁଙ୍କୁ ପୂଜା କରିବାକୁ ଥାନାରେ ପହଁଚିଲେ ମହିଳା? କାହିଁକି ଏମିତି ଥାନା ଭିତରେ ଫୁଲ ମାଳ ଦୀପ ଥାଳି ସବୁ ଧରି ମହିଳା ପହଁଚିଲେ ଥାନାରେ? କାହିଁକି ପୋଲିସକୁ ବନ୍ଦାପନା କରିବାକୁ ବାହାରିଲେ? କଣ କାରଣ, କଣ ଏମିତି ଘଟିଲା, ଯେ ଏ ମହିଳା ଜଣକ ପୋଲିସକୁ ବନ୍ଦାପନା କରିବାକୁ ବାହାରିପଡିଲେ । ଦୃଶ୍ୟ ନିହାତି ଭାବେ ଅଡୁଆ ଲାଗୁଥିବ ଆପଣଙ୍କୁ । ହଁ ଆମେ ବି ଠିକ୍ ଏମିତି ଆଶ୍ଚର୍ଯ୍ୟ ହେଇଥିଲୁ ଯେତେବେଳେ ଏ ଚିତ୍ର ଦେଖିଥିଲୁ । ଜଣେ ମହିଳା କେମିତି ବନ୍ଦାଣ ଥାଳି ଧରି ଆରତି କରିବାକୁ ଥାନାରେ ପହଁଚିଲେ, ଯାହାକୁ ଦେଖି ନିଜ ଚେୟାର ଉପରୁ ହଠାତ୍ କି ଉଠିପଡିଲେ ପୋଲିସ ବାବୁ । ଆଉ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ବାହାରକୁ କରିଦେଲେ ।
ଏବେ ଆପଣ ଭାବୁଥିବେ କିଛି ତ ଗୋଟେ ଗଡବଡ ହେଇଛି ନିଶ୍ଚୟ । ହଁ ଆଜ୍ଞା ଆପଣ ଯାହା ଭାବୁଛନ୍ତି ଏକଦମ୍ ଠିକ୍ ଭାବୁଛନ୍ତି । କିଛି ତ ଗୋଟେ ହେଇଛି ଯେଉଁ କାରଣରୁ ଏ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ପିଲାଙ୍କୁ ଧରି ଥାନାକୁ ଆସିଛନ୍ତି । ତେବେ ଘଟଣାଟି ହେଉଛି କିଛି ଏହିପରି ।
ଚୋରୀ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଅସନ୍ତୁଷ୍ଟ ଥିବା ସ୍ୱାମୀ ସ୍ତ୍ରୀ କୋତବାଲୀ ସିଟିର ରିଓ୍ଵା ଥାନାରେ ଏଭଳି ହାଇ ଭୋଲଟେଜ୍ ଡ୍ରାମା କରିଛନ୍ତି । ଏହି ସ୍ୱାମୀ ସ୍ତ୍ରୀ ଦୁଇଜଣ ବନ୍ଦାଣ ଥାଳି, ଉତ୍ତରୀୟ, ନଡିଆ ଏବଂ ଫୁଲ ମାଳ ଓ ଦୀପ ଧରି ଟିଆଇଙ୍କ ଚ୍ୟାମ୍ବରରେ ହାଜର ହୋଇଗଲେ ଓ ନିଜ ମାମଲା ରୁଜୁ ନହେବାର ଏକ ଅଜବ ତରିକାରରେ ବିରୋଧ କଲେ । ପୀଡିତ ଦମ୍ପତିଙ୍କ ଏଭଳି କାଣ୍ଡ ଦେଖି ପୋଲିସବାବୁ ଜଣଙ୍କ ବସିଥିବା ଚେୟାରରୁ ହଠାତ୍ ଉଠି ପଡିଲେ । ପୋଲିସଙ୍କୁ ବେଜତି ହେଉଥିବା ଜାଣି ଉକ୍ତ ଦମ୍ପତି ଏବଂ ତାଙ୍କ ସାଥିରେ ଆସିଥିବା ଲୋକଙ୍କୁ ଥାନାରୁ ବାହାର କରିଦିଆଗଲା । କିନ୍ତୁ ସେହି ସମୟର ଭିଡିଓ ଭାଇରାଲ ହେଉଛି ସୋସିଆଲ ମିଡିଆରେ ।
କହିବାକୁ ଚାହିଁବୁ ଯେ ଏହି ମାମଲା ହେଉଛି ୬ ଏପ୍ରିଲର । ସୁନା ରୂପା ଅଳଙ୍କାରର ବ୍ୟବହାର କରୁଥିବା ଅନୁରାଧା ସୋନି ଏବଂ ତାଙ୍କ ସ୍ୱାମୀ ଏକ ଚୋରି ମାମଲାକୁ ନେଇ ୨୮ ଜାନୁଆରୀରେ ଥାନାରେ ଅଭିଯୋଗ ରୁଜୁ କରାଇଥିଲେ । ଜଣେ କାରିଗର ଅନୁରାଧା ସୋନିଙ୍କ ଦୋକାନରୁ ସୁନା ଚାନ୍ଦୀର ଅଳଙ୍କାର ଦେଇ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା କିନ୍ତୁ ତାକୁ ଧରିବାରେ ବିଫଳ ହୋଇଥିଲା । ବାରମ୍ବାର ଅଭିଯୁକ୍ତକୁ ଫେରାର ବୋଲି କହୁଥିଲେ ଥାନା ପ୍ରଭାରୀ । ଆଉ ଏହାରି ମଧ୍ୟରେ ଅଭିଯୁକ୍ତ ହାଇ କୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଦେଲା ଓ ତାକୁ ଜାମିନ ମିଳିଗଲା । କିନ୍ତୁ ମାମଲା ଜଣାପଡିବା ପରେ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିଲା । କିନ୍ତୁ ହଠାତ୍ ଏପଠେ ଥାନା ଭିତରେ ପୋଲିସକୁ ଏଭଳି ବ୍ୟବହାର ହାଇକୋର୍ଟ ବି ଭୁଲ ବୋଲି କହିଛନ୍ତି ।