ଡିଭାଇଡରରେ ପିଟିହେଲା କାର, ୨ମୃତ, ୩ ଗୁରୁତର
ଡିଭାଇଡରରେ ପିଟିହେଲା କାର। ୨ମୃତ, ୩ ଗୁରୁତର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯୋଶଟିକିରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।

ଭଦ୍ରକ : ଡିଭାଇଡରରେ ପିଟିହେଲା କାର। ୨ମୃତ, ୩ ଗୁରୁତର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯୋଶଟିକିରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ପୁରୀରୁ ଖଡ଼ଗପୁର ଯାଉଥିବା ଏକ କାର ଯୋଶଟିକିରୀ ଠାରେ ଭାରସାମ୍ୟ ହରାଇ ଡିଭାଇଡର ବାଡ଼େଇ ହୋଇଥିଲା। ଏଥିରେ ଡ୍ରାଇଭର ସହ ଗୋଟିଏ ପରିବାରର ୪ଜଣ ସଦସ୍ୟ ଥିଲେ।
ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ୩ ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।