ଭିନ୍ନ ଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ଚାଲିଛି ପଣା ସଂକ୍ରାନ୍ତି, ଜମୁଛି ଭକ୍ତଙ୍କ ଭିଡ

ପଣା ସଂକ୍ରାନ୍ତି ଦିନ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ମାଙ୍କ ପୀଠରେ । ଭକ୍ତଙ୍କର ବିଶ୍ୱାସ ଯେ ମା ପାଟଣ ମଙ୍ଗଳାଙ୍କୁ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ ବୋଲି ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇପଡିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ନରେନ୍ଦ୍ରପୁରର ମା ପାଟଣ ମଙ୍ଗଳା ପୀଠ । ମାଙ୍କ ପୀଠର ପ୍ରସିଦ୍ଧ ପର୍ବ ପଣା ସଂକ୍ରାନ୍ତି । ଏହି ଦିନରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ପାଟୁଆ ଭକ୍ତ ମାଙ୍କ ପୀଠରେ ଥିବା ପୋଖରୀରେ ପାଟୁଆ ସାଜି ବୁଡ ପକାଇଥାନ୍ତି ।

ତେଣୁ ପଣା ସଂକ୍ରାନ୍ତି ଦିନ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ମାଙ୍କ ପୀଠରେ । ଭକ୍ତଙ୍କର ବିଶ୍ୱାସ ଯେ ମା ପାଟଣ ମଙ୍ଗଳାଙ୍କୁ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ ବୋଲି ।

ଭକ୍ତଙ୍କର ଏହି ବିଶ୍ୱାସ ପାଇଁ ମାଆ ମାନେ ନିଜ ନିଜ ପିଲାଙ୍କୁ ପାଟୁଆରେ ସଜାଇ ପୀଠକୁ ଆଣିଥାନ୍ତି । ଆଜି ସଂକ୍ରାନ୍ତି ଥିବାରୁ ସକାଳୁ ସକାଳୁ ମାଙ୍କ ପୀଠରେ ପ୍ରବଳ ଭିଡ ଲାଗିଛି । ମାଆମାନେ ନିଜ ନିଜ ପିଲାଙ୍କୁ ଆଣପ୍ତାଙ୍କ ଦେହରେ ପ୍ରଥମେ ହଳଦୀ ଲଗାଇ ଗାଧେଇଦେଇ ତାଙ୍କୁ ପାଟୁଆ ଭାବ ସେଜାଇ ମାଙ୍କ ପୀଠରେ ଥିବା ପୋଖରୀରେ ବୁଡ ପକାଇବାକୁ ପଠାଇଥାନ୍ତି ।

ଯାହାକି ଏକ ନିଆରା ପରମ୍ପରା ଏ ଅଞ୍ଚଳର । ମାଙ୍କ ପୂଜକଙ୍କ କହିବା କଖା ପାଞ୍ଚ ଶହ ବର୍ଷର ପୁରାତନ ପରମ୍ପରା ପାଟୁଆ ଯାତ୍ରା । ମାଙ୍କ ଦର୍ଶନ କରିବାକୁ ଆସୁଥୁବା ହଜାର ହଜାର ଭକ୍ତମାନେ ମାଙ୍କ ଦର୍ଶନ କରିବା ସହ ମାଙ୍କ ପାଖରେ ଭୋଗ ଲଗାଇ ମାଙ୍କ ଆଶୀଷ ଲାଭ କରି ଫେରୁଛନ୍ତି ।

ଏହାସହ ମାଙ୍କୁ ମାଟି ଘୋଡା ଅର୍ପଣ ମଧ୍ୟ କରୁଛନ୍ତି । ତାହାସହ ଆସୁଥିବା ଦର୍ଶକଙ୍କ ପାଇଁ ବହୁ ଦୋକାନ ବଜାର ମଧ୍ୟ ବସିଛି । ତେବେ ହଜାର ହଜାର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ମନ୍ଦିର କମିଟ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସେହିଭଳି ଦୁଲୁକୁଛି ଗାଁ ଦାଣ୍ଡ, ଉତ୍ସବ ମୁଖର ପୁରାପରିବେଶ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ ଗୋଟି ବ୍ଲକ ତଥା ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର ବିଭିନ୍ନ ଗାଁରେ ଅନୁଷ୍ଠିତ ହୋଇଯାଇଛି ମା’ ଦଣ୍ଡକାଳୀଙ୍କ ମେରୁଯାତ୍ରା । କୁହାଯାଏ ଏହି ଉତ୍ସବରେ ମା ‘ ଙ୍କ ମନ୍ଦିର ସମ୍ମୁଖରେ ପ୍ରଥମେ ତେର ଭାଗତା , ପାଟଭଗତା ଓ ପାଟ ଦଣ୍ଡୁଆଙ୍କୁ ନେଇ ଷୋହଳ ପ୍ରକାର ଧୂଳିଦଣ୍ଡ ଖେଳିଥାନ୍ତି । ପରେ ସନ୍ଧ୍ୟା ସମୟରେ ମା ” ଦଣ୍ଡକାଳୀ ଙ୍କୁ ସ୍ନାନ କରାଇବା ସହ ପୂଜାର୍ଚ୍ଚନା କରାଯାଇ ଢୋଲ , ମହୁରୀ ଓ ଝାଞ୍ଜ ବଜାଇ ଦଣ୍ଡୁଆ ମାନେ ହାତରେ ମା ‘ ଙ୍କ ବାନା, ଛତ୍ର, ତରାସ ଧରି ଏକ ସୁସଜ୍ଜିତ ପଟୁଆରରେ ମା ‘ ଦଣ୍ଡକାଳୀ ଙ୍କୁ ଗାଁ ନିକଟକୁ ନେଇଆସନ୍ତି ।

ଏହି ଉତ୍ସବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମଧ୍ୟ ପ୍ରତ୍ୟେକ ଗାଁ କୁ ଯାଇ ମା” ଙ୍କ ଆଶୀର୍ବାଦ ଭିକ୍ଷା କରିନ୍ତି । ପରେ ଗ୍ରାମର ପ୍ରତ୍ୟେକ ଦ୍ଵାରରେ ଠାକୁର ଙ୍କୁ ଭୋଗ ଅର୍ପଣ କରାଯିବା ସହ ଭକ୍ତମାନେ ମା ‘ ଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି । ପାଟ ଦଣ୍ଡୁଆ ପରିବାରର ମଙ୍ଗଳ ପାଇଁ ମା ” ଙ୍କ ନିକଟରେ ନିବେଦନ କରାଯାଏ । ଏହା ସହିତ ରାତ୍ରରେ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଥାଏ ।

ଯଦି କୁହାଯାଏ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକର ଅନେକ ଗ୍ରାମରେ ଧୁମ୍ ଧାମର ସହିତ ମା ” ଦଣ୍ଡକାଳୀ ଙ୍କ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି ଗ୍ରାମରେ ମେରୁ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ବହୁ ସମାଗମ ହୋଇଥିବା ଶୁଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.