ନିଶାସକ୍ତ ଅବସ୍ଥାରେ ଚିହ୍ନିପାରିଲାନି ନିଜ ଛୁଆକୁ ପିଟି ପିଟି ମାରିଦେଲା

ଯେଉଁ ମା’ ଏ ସଂସାରରେ ଏତେ ବଡ଼ ସ୍ଥାନ ପାଇଛି ସେହି ମା ଏଭଳି କାଣ୍ଡ ଘଟାଇଛି ଯାହାକୁ ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଜନ୍ମ ଦେଇ ଏଇ ଦୁନିଆକୁ ଆଣିଥିଲା ଯେଉଁ ମା ସେଇ ମା ଆଜି ନିଜ ହାତରେ ତା ସନ୍ତାନର ଜୀବନ ନେଇଯାଇଛି ।

ମାଲକାନଗିରି : ମା’ଗୋଟାଏ ଶଦ୍ଦ କି ଉଚ୍ଚାରଣ ନୁହେଁ । ତ୍ୟାଗର ଭଣ୍ଡାର । ଯାହାକୁ ଶଦ୍ଦରେ ପରିପ୍ରକାଶ କହିହେବନି । ମା’ ହେଉଛି ନିରୋଳା ଅନୁଭବ । ଯିଏ ସବୁ ଦୁଃଖକୁ ଓଠ ତଳେ ଚାପି ରଖି ତା ସନ୍ତାନ ଉପରେ ଉଜାଡ଼ି ଦିଏ ସ୍ନେହ, ପ୍ରେମ,ଭଲପାଇବାର ଅସାର । ଯେଉଁ ମା ପାଇଁ ପିଲାଟିଏ ଦେଖିଥାଏ ଏ ଦୁନିଆ । ତା ହାତ ଧରି ଚାଲିବା ଶିଖାଇଥାଏ । ସେ ଯେ ଭଗବାନଙ୍କ ଭଳି ଉଦାର, କରୁଣାରେ ଭରା, ସ୍ନେହର ସାଗର, ଧୈର୍ଯ୍ୟର ପାରାବାର, ସଦା ସନ୍ତାନର ଶୁଭକାରିଣୀ ସେଥିରେ ଦ୍ବିମତ ହେବାର କିଛି ନାହିଁ । କଥାରେ ଅଛି ଈଶ୍ବର ସବୁ ସ୍ଥାନରେ ଏକ ସମୟରେ ପହଞ୍ଚି ପାରିବେ ନାହିଁ ବୋଲି ଏଇ ଜନନୀ ଜାତିଟିକୁ ତିଆରି କରିଛନ୍ତି । ଜନନୀକୁ କେବଳ ଈଶ୍ବରଙ୍କ ସହ ତୁଳନା କରାଯାଇଛି ସେତିକି ନୁହେଁ, ଯେଉଁ ସ୍ବର୍ଗର ପରିକଳ୍ପନା ହୋଇଛି ତାହା ଏଇ ଗୋଟିଏ ନାମରେ ସମାହିତ । ତେବେ ଆପଣ ଭାବୁଥିବେ ଆଜି ଆମେ ମା’ ବିଷୟରେ ଏତେ ସବୁ ବର୍ଣ୍ଣନା କାହିଁକି କରୁଛୁ । ଏକଥା କାହାକୁ ବା ଅଜଣା ।

ତେବେ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଯେଉଁ ମା’ ଏ ସଂସାରରେ ଏତେ ବଡ଼ ସ୍ଥାନ ପାଇଛି ସେହି ମା ଏଭଳି କାଣ୍ଡ ଘଟାଇଛି ଯାହାକୁ ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଜନ୍ମ ଦେଇ ଏଇ ଦୁନିଆକୁ ଆଣିଥିଲା ଯେଉଁ ମା ସେଇ ମା ଆଜି ନିଜ ହାତରେ ତା ସନ୍ତାନର ଜୀବନ ନେଇଯାଇଛି । ମା ସାଜିଲା ପିଶାଚିନୀ । ନିଶାସକ୍ତ ଅବସ୍ଥାରେ ନିଜର ଜନ୍ମ ଦେଇଥିବା ଆଠ ବର୍ଷ ବୟସର ପୁଅ ରୋହିତ ପଡିଆମୀକୁ ଜୀବନରୁ ମାରିଦେଲା ମା ୱାଗି ପଡିଆମୀ । ଏହିଭଳି ଲୋମୋ ଟାଙ୍କୁରା ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନସ୍ଥ ତୁମ୍ବାଗୁଡା ଗାଁ ରେ l

ଏ ନେଇ ବାପା ମୁକା ପଡିଆମୀ ଗାଁ ଲୋକ ସମ୍ମୁଖ ରେ ପ୍ରକାଶ କରିଛନ୍ତି ସ୍ତ୍ରୀର ଏହି ଅମାନବୀୟ କାଣ୍ଡ ସମ୍ପର୍କରେ l ପ୍ରତିଦିନ ମଦ ନିଶାରେ ପିଲାଙ୍କୁ ମାରୁଥିଲା ମା ଠିକ ସେହିପରି ଗତକାଲି ରାତି ୧୧ଟା ସମୟରେ ଲାତ, ଗଇଁଠା ମାରି ଜୀବନରୁ ନିଜର ଜନ୍ମ ଦେଇଥିବା ପୁଅକୁ ମାରି ଦେଇଛି ରାକ୍ଷସୀ ମା l ଆଜି ସକାଳେ ଗ୍ରାମବାସୀ ଏହି କଥା ଜାଣିବା ପରେ ଗାଁର ୱାର୍ଡ ମେମ୍ବର ଲାକା ମାଡକାମୀ ସହ ମିଶି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏନେଇ ଅଧିକ ତଦନ୍ତ କରୁଛି କାଲିମେଳା ପୋଲିସ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.