ଦେଶ ବିଦେଶ

ଆଫ୍ରିକୀୟ ୟୁନିଅନ ହେଲା ଜି-୨୦ର ସଦସ୍ୟ, ମୋଦି କଲେ ଘୋଷଣା

ଜି-୨୦ ଶିଖର ସମ୍ମିଳନି ଆଜିଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସ୍ୱାଗତ କରିଛନ୍ତି । ମୋଦି ପ୍ରଥମେ ମରକ୍କୋ ଭୂମିକମ୍ପ ବିଷୟରେ କହି ଦୁଃଖ ପ୍ରକାଶ କରିଛନ୍ତି । ଏହାପରେ ଆଫ୍ରିକୀୟ ୟୁନିଅନକୁ ଅଫିସିଆଲ ଭାବେ ଜି୨୦ ସମ୍ମିଳନୀରେ ସାମିଲ ହେବାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହା ଘୋଷଣା କରିବା ପରେ ଆଫ୍ରିକୀୟ ୟୁନଅନର ଅଧ୍ୟକ୍ଷଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଗତ ଭାଷଣ ପରେ ପ୍ରଥମ ସମ୍ମିଳନୀ ‘ୱାନ୍ ଆର୍ଥ’ ଉପରେ ଆଲୋଚନା ଆରମ୍ଭ ହେଉଛି । ପିଏମ୍ ମୋଦି ମରକ୍କୋ ଭୂକମ୍ପ ଜନିତ ଜୀବନହାନି ନେଇ ଦୁଃଖ ପ୍ରକଟ କରିଛନ୍ତି । ଏହି ବିପଦପୂର୍ଣ୍ଣ ସମୟରେ ସାରା ବିଶ୍ବ ମରକ୍କୋ ସହିତ ଅଛି ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଏଠାରେ ପ୍ରଥମେ ପହଞ୍ଚି ବିଶ୍ୱର ପ୍ରମୁଖ ନେତା ମାନଙ୍କୁ ବୈଠକକୁ ସ୍ୱାଗତ କରିଛନ୍ତି । କାରଣ ଜି-୨୦ ବୈଠକ ସ୍ୱାଗତ ସ୍ଥଳରେ ଓଡ଼ିଶାର କୋଣାର୍କ ଚକ୍ର ଶୋଭା ପାଉଛି । ଆଉ ମୋଦି କୋଣାର୍କ ଚକ୍ର ପାଖରେ ମୋଦି ଉପସ୍ଥିତ ରହି ସମସ୍ତ ରାଜନେତାଙ୍କୁ ସ୍ୱାଗତ କରୁଥିଲେ ।

ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ୨୦ ରାଷ୍ଟ୍ରର ବିଶ୍ବ ନେତା । ସମ୍ମିଳନୀ ସ୍ଥଳରେ ଜଣଙ୍କ ପରେ ଜଣେ ନେତା ଭାରତ ମଣ୍ଡପମରେ ପହଞ୍ଚିବା ପରେ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତ ଅଧ୍ଯକ୍ଷତାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସହସ୍ୟ ରାଷ୍ଟ୍ର ମୁଖ୍ୟ । ସେମାନଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବରେ ବହୁ ଦେଶର ନେତା ଯୋଗ ଦେଇଛନ୍ତି । ଭାରତ ନେତୃତ୍ବରେ ପ୍ରଥମ ଥର G20 ସମ୍ମିଳନୀ ହେଉଛି । ଏଥର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ । ଅପରାହ୍ନ ୩ଟାରେ ଦ୍ବିତୀୟ ଅଧିବେଶନ ୱାନ୍ ଫ୍ୟାମଲି ଉପରେ ଆଲୋଚନା ରହିଛି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ନୈଶ୍ୟ ଭୋଜିରେ ଯୋଗ ଦେବେ ବିଭିନ୍ନ ଦେଶର ରାଷ୍ଟ୍ର ନେତା ଓ ଅତିଥି । G20 ବୈଠକରେ ଅର୍ଥନୀତି, ପରିବେଶ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି, ସ୍ଥାୟୀ ବିକାଶ, ଶିକ୍ଷା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ୧୨୫ରୁ ଅଧିକ ଦେଶର ଏକଲକ୍ଷରୁ ଅଧିକ ପ୍ରତିନିଧି ଦିଲ୍ଲୀ ଆସିଛନ୍ତି ।

Swagatika

Recent Posts

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

7 mins ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

25 mins ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

55 mins ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

1 hour ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

3 hours ago

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

3 hours ago