ଦେଶ ବିଦେଶ

ରାଜସ୍ଥାନ: ଭରତପୁରରେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ହତ୍ୟା, ପୋଲିସ ଆଖିରେ ଲଙ୍କାଗୁଣ୍ଡ ପକାଇ ଦୁର୍ବୃତ୍ତ ମାରିଲେ ଗୁଳି

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ।

ଗ୍ୟାଙ୍ଗ୍‌ଷ୍ଟାର କୁଲଦୀପ ଜଘିନାଙ୍କୁ ଏକ ହତ୍ୟା ମାମଲାରେ ରାଜସ୍ଥାନର ଭାରତପୁର ପୋଲିସ ଗିରଫ କରିଥିଲା। ପୋଲିସ କୁଲଦୀପଙ୍କୁ କୋର୍ଟରେ ହାଜର ପାଇଁ ନେଉଥିଲା। ଏହି ସମୟରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ।

ଏହି ଘଟଣା ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୪୦ କିଲୋମିଟର ଦୂର ଜୟପୁର-ଆଗ୍ରା ଜାତୀୟ ରାଜପଥର ଅମୋଲି ଟୋଲ ପ୍ଲାଜା ନିକଟରେ ଘଟିଛି। ସୂଚନା ମୁତାବକ, ଦୁର୍ବୃତ୍ତ ପ୍ରଥମେ ପୋଲିସ ଉପରେ ଆକ୍ରମଣ କରିଥିଲେ। ପୋଲିସ କର୍ମୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ଏହାପରେ କୁଲଦୀପ ଜଘିନାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଏହି ଘଟଣା ପରେ ସମଗ୍ର ଭାରତପୁରରେ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପୋଲିସ ଦୁର୍ବୃତ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି। ଏହାସହ ଘଟଣାସ୍ଥଳ ନିକଟସ୍ଥ ଏକ ଗାଁରୁ ସେମାନଙ୍କ ଗାଡ଼ି ଜବତ କରିଛି।

ସୂତ୍ରରୁ ଜଣାପଡ଼ିଛି, ବିଜେପି ନେତା କୃପାଳ ଜଘିନାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ୨୦୨୨ ସେପ୍ଟେମ୍ବର ୪ରେ ବିଜେପି ନେତାଙ୍କୁ ଗୁଳି କରାଯାଇଥିଲା।

Roshni

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

5 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

6 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

20 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

21 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago