ରାଜ୍ୟ

ମୋବାଇଲ ଚୋରି ଘଟଣାରେ ଓଡ଼ିଆ ଶ୍ରମିକଙ୍କୁ ସନ୍ଦେହରେ ଅଟକ ରଖି ନିର୍ଯତନା ଦେଉଛି ବେଙ୍ଗାଲୁରୁ ପୋଲିସ, ଉଦ୍ଧାରିବା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

ବେଙ୍ଗାଳୁରୁ(କେନ୍ୟୁଜ୍): ଚୋରି ଘଟଣାରେ ଓଡ଼ିଆ ଶ୍ରମିକଙ୍କୁ ସନ୍ଦେହରେ ଅଟକ ରଖି ନିର୍ଯତନା ଦେଉଛି ବେଙ୍ଗାଲୁରୁ ପୋଲିସ।  ଉଦ୍ଧାରିବା ପାଇଁ ସ୍ତ୍ରୀ କରିଛନ୍ତି ଆକୁଳ ନିବେଦନ।  ବେଙ୍ଗାଳୁରୁର କ୍ରୀଷ୍ଣା ପାଲିଆରେ ରହୁଥିବ ଜଣେ ଓଡ଼ିଆ ଶ୍ରମିକଙ୍କୁ ପୋଲିସ୍ ଏକ ଚୋରି ଘଟଣାରେ ସନ୍ଦେହ କରି ରହୁଥିବା ଘରୁ ଉଠାଇ ନେଇ ଥାନାରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସ୍ତ୍ରୀ । ସୂଚନା ଯେ ବାଲେଶ୍ବର ଜିଲ୍ଲା ବାହନଗା ବ୍ଲକ ବାଜନା ଗ୍ରାମର ଅଜୟ ଦାସ ବେଙ୍ଗଲୁରୁରେ ଏକ ଡେଲିଭରି ବଏ ଭବେ କାର୍ଯ୍ୟ କରନ୍ତି ।

ନିଜ ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ସହ ବେଙ୍ଗାଲୁରୁ କ୍ରୀଷ୍ଣା ପାଲିଆ ଠାରେ ରହିଆସୁଛନ୍ତି । ଗତ ୮ ତାରିଖ ସକାଳେ ଘରେ ଶୋଇଥିବା ବେଳେ ସ୍ଥାନୀୟ ବୈପନାହାଲି ପୋଲିସ୍ ଆସି ଏକ ମୋବାଇଲ୍ ଚୋରି ଘଟଣାରେ ଅଜୟକୁ ଥାନାକୁ ନେଇଯାଇଥିଲା । ପରେ ସ୍ତ୍ରୀ ରଶ୍ମିତା ଦାସ ଥାନାକୁ ଯାଇ କାହିଁକି ତାର ସ୍ବାମୀକୁ ସକାଳୁ ଉଠାଇ ଆଣିଲେ ଓ କଣ ଅଭିଯୋଗ ଅଛି ବୁଝିବାରୁ ରଶ୍ମିକୁ ପୋଲିସ୍ ଥାନରେ ଗାଳିଗୁଲଜ କରିଥିବା ସହ ତୋ ସ୍ଵାମୀ ମୋବାଇଲ୍ ଚୋରି କରିଛି । ତେବେ ତୋ ସ୍ଵାମୀକୁ କହ ସେ ଦେଇଦେଉ ନହେଲେ ପରିଣାମ ଭୟଙ୍କର ହେବ ବୋଲି  କହିବା ସହ ରଶ୍ମିତାକୁ ମଧ୍ୟ ଗାଳିଗୁଲଜ କରି ପୋଲିସ ମାଡ଼ ମାରିଥିବା ଅଭିଯାଗ କରିଛନ୍ତି।

ଏହି ସମୟରେ ଅଢେଇ ବର୍ଷର କୁନି ଝିଅ ବେହେଶ୍ ହୋଇଯିବାରୁ ତାକୁ ମେଡିକାଲ ନେଇ ଯାଇଥିଲା ରଶ୍ମି । ଏନେଇ କେନ୍ୟୁଜର ବେଙ୍ଗାଲୁରୁ ରିପୋର୍ଟର ଖବର ପାଇବା ପରେ, ରଶ୍ମିତାଙ୍କ ପାଖରେ ପହଞ୍ଚିଥିଲେ। ତେବେ ଘଟଣା ବିଷୟରେ ପଚାରିବାରୁ କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ସବୁ କିଛି କହିଥିଲେ ରଶ୍ମିତା। ତେବେ ଏହି ଘଟଣା ବିଷୟରେ ରଶ୍ମିତାଙ୍କ ଭିଣେଇ ଓ ଭଉଣୀ ଜାଣିବା ପରେ ଥାନରେ ପହଞ୍ଚି ଘଟଣା ସମ୍ପର୍କରେ ଭିଣୋଇ ମାୟାଧର ଖଟୁଆ ପୋଲିସକୁ ପଚାରିବାରୁ ତାକୁ ମଧ୍ୟ ପୋଲିସ ଅଟକ ରଖିଥିବା ଅଭିଯୋଗ ଆଣିଛନ୍ତି ଭଉଣୀ ସୁକାନ୍ତି । ତେବେ ଏହି ଘଟଣା ପରେ କଣ କରିବେ ଦୁଇ ଭଉଣୀ କିଛି ଉପାୟ ନପାଇ ଶେଷରେ ସମାଜସେବୀ  ଡମ୍ବୁରଧର ଉପଧ୍ୟାୟଙ୍କୁ ଘଟଣା ସଂପର୍କରେ ଜଣାଇବାରୁ ସେ ବୁଝାସୁଝା କରୁଛନ୍ତି। ତେବେ ଡମ୍ବୁରଧର ଏନେଇ ପୋଲିସ ସହ ଯୋଗାଯୋଗ କରିବା ପରେ, ପୋଲିସ କହିଛି ଯେ ସିସିଟିଭି ଆଧାରରେ ଆମେ ସନ୍ଦେହରେ ଅଟକ ରଖିଛୁ ।

ଗତ ୪ ତାରିଖରେ ଏକ ମୋବାଇଲ ଚୋରି ହୋଇଥିବା ଥାନରେ ଅଭିଯୋଗ ହୋଇଥଲା । ଏହି ଅଭିଯୋଗ ଆଧାରରେ ଅଜୟକୁ ଅଟକ ରଖାଯାଇଛି । ତେବେ ଏନେଇ କେମିତି ଦୁଇ ନିର୍ଦ୍ଦୋଶୀଙ୍କୁ ଉଦ୍ଧାର କରାଯିବ ସେନେଇ  ପ୍ରଚେଷ୍ଟା ଜାରି ରଖିଛନ୍ତି ସମାଜସେବୀ ଉପାଧ୍ୟାୟ, ଏବଂ ପ୍ରକୃତ ଦୋଷୀକୁ ଧରିବାକୁ ପୋଲିସକୁ ନିବେଦନ କରିଛନ୍ତି ଡମ୍ବୁରଧର ଉପାଧ୍ୟାୟ । କିଛି ଓଡ଼ିଆ ଅସାଧୁ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୋଲିସ ଅଜୟକୁ ଅଟକ ରଖିଥିବା କହିଛନ୍ତି ଡମ୍ବୁରଧର। ତେବେ ଥାନରେ ଅସାଧୁ ଓଡ଼ିଆ ବ୍ୟକ୍ତିଙ୍କ ନାମରେ ମଧ୍ୟ ଏକ ଅଭିଯୋଗ କରାଯାଇଥିବା କହିଛନ୍ତି । ତେଣୁ ଠିକ୍ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି  ଡମ୍ବୁରଧର। କିନ୍ତୁ  ଏପର୍ଯ୍ୟନ୍ତ ଦୁଇ ଜଣ ନ୍ୟାୟ ପାଇ ନାହାଁନ୍ତି । ନ୍ୟାୟ ପାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ଦୁଇ ଭଉଣୀ ।

KNews Bureau

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

10 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

11 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

54 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

58 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago